/odishatv-khabar/media/media_files/2025/12/08/bhadrak-guru-prusti-death-2025-12-08-17-37-54.jpg)
Bhadrak-Guru-Prusti-Death Photograph: (OTV)
ସବୁବେଳେ ହସାଉ ଥିବା ମଣିଷଟା ଏଠି ସବୁଦିନ ପାଇଁ ଶୋଇଛି । ଆଉ ସ୍ବାମୀର ଶବ ପାଖରେ ମୁଣ୍ଡପିଟି କାନ୍ଦୁଛି ସ୍ତ୍ରୀ । ମିଛି ମିଛି କା ଅଭିନୟରେ ଅନେକ ଥର ଏମିତି ଶୋଇଛନ୍ତି ଗୁରୁ । ରାତି ରାତି ଅନିଦ୍ରା ହୋଇ ନାଟକ କରିଛନ୍ତି । ହେଲେ ସତରେ ଆଜି ଆଉ ସେ ଦୁନିଆରେ ନାହାନ୍ତି ।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ ହୋଇଛି । ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ଏକ ଅଜଣାଗାଡ଼ି ଧକ୍କାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଗୁରୁ । ଗତକାଲି ଗୁରୁଙ୍କ ମୃତ୍ୟୁର ଖବର ପାଇବା ପରେ ଯାତ୍ରା ପରିବେଷଣ ଵନ୍ଦ ହୋଇଥିଲା । କମିଟି ଯାତ୍ରା ବନ୍ଦ କରି ସମସ୍ତ ଦର୍ଶକଙ୍କୁ ଟିକେଟ୍ ଅର୍ଥ ଫେରସ୍ତ କରିଥିଲେ । ଆଉ ସବୁଠି ଖେଳିଯାଇଥିଲା ଶୋକର ଛାୟା ।
ଅଭିନେତା ଗୁରୁଙ୍କ ଘର କଟକ ମାହାଙ୍ଗା ଅଞ୍ଚଳରେ । ତାଙ୍କର ଏକ ଛୋଟ ଝିଅ ରହିଛି । ପୂର୍ବରୁ ଗୁରୁ ପୃଷ୍ଟି ଯାତ୍ରା ରଙ୍ଗ ମହଲ ଓ ବିଶ୍ବ ଦରବାରରେ ଅଭିନୟ କରିଛନ୍ତି । ଏବେ ହାସ୍ୟ ଅଭିନେତା ଭାବେ ଇନ୍ଦ୍ର ଭୁବନରେ ଯାତ୍ରା କରୁଥିଲେ । ହଠାତ୍ ଗୁରୁଙ୍କ ଦେହାନ୍ତ ଦୁଃଖଦ ଖବର ଶୁଣି ଯାତ୍ରା ଜଗତ ଯେମିତି ସ୍ତବ୍ଧ ହୋଇଯାଇଛି । ଅଳ୍ପ ବୟସରେ ସମସ୍ତଙ୍କୁ ଠକିଦେଇ ଚାଲିଯାଇଛନ୍ତି । ରାତି ପ୍ରାୟ ୮ଟା ୧୫ ମିନିଟ୍ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁ ବାଇକରେ ଭଦ୍ରକରୁ ଧାମନଗରର ଷେଣ୍ଡପୁରକୁ ଆସୁଥିବା ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିବା ପୋଲିସ କହିଛି ।
ଏନେଇ ଧମନଗର ପୋଲିସ ଖବର ପାଇବା ପରେ ଗୁରୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଳା ମୁଖ୍ୟଚିକିତ୍ସାଳରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭର ଫୋରର ଅଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।
Horror Attack: ଘେରିଗଲେ ୭ଟି ପିଟ୍ ବୁଲ୍, ଜେଜେ ଓ ନାତୁଣୀଙ୍କୁ ଝୁଣିଦେଲେ

Success Story: ନଡ଼ାରେ ଫୁଟିଛି ଧଳା ସୁନା, ଛତୁଚାଷ କରି ମହିଳା ହେଲେ ସ୍ୱାବଲମ୍ବୀ

From Confidence to Crisis: କାଲି ଥିଲେ ଲୋକଙ୍କ ସାହା ଭରସା, ଆଜି ଅସହାୟ

Smugglers Get Creative: ଗଞ୍ଜେଇ ଚାଲାଣରେ ନୂଆ ଫଣ୍ଡା, ବ୍ୟାଟ ଓ ସ୍କୁଲ ବ୍ୟାଗରେ ହେଉଛି ଚାଲାଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)