/odishatv-khabar/media/media_files/2025/12/08/why-no-police-complaint-yet-2025-12-08-19-25-45.jpg)
Why No Police Complaint Yet Photograph: (OTV)
ନଭେମ୍ବର ୧୭ ତାରିଖରୁ ଚାଲିଗଲେଣି ହ୍ୟୁମାନ ସାଗର । ମୃତ୍ୟୁକୁ ଏହା ଭିତରେ ୨୦ ଦିନ ପୂରି ଗଲାଣି । ମୃତ୍ୟୁ ପାଇଁ ଦାୟୀ କିଏ ତାକୁ ନେଇ ବହୁ ବାଦ ବିବାଦ ବି ଚାଲିଛି । ଅନେକ ସଂଗଠନ, ବ୍ୟକ୍ତିବିଶେଷ ରାଜ୍ୟର ବିଭିନ୍ନ ଥାନାରେ ଏନେଇ ଏତଲା ବି କରିଛନ୍ତି । ହେଲେ ଏଯାଏ ହ୍ୟୁମାନଙ୍କ ପରିବାରରୁ କେହି କାହିଁକି ଏତଲା କରୁନାହାନ୍ତି ତାକୁ ନେଇ ବଢିଛି ପ୍ରଶ୍ନ ।
ବିଶେଷକରି ହ୍ୟୁମାନଙ୍କ ମା’ କିମ୍ବା ତାଙ୍କ ପତ୍ନୀ କେହି ବି ଏଯାଏ ଥାନାରେ ଏତଲା କରୁନଥିବାରୁ ପୋଲିସ ତଦନ୍ତ ଆଗେଇ ପାରୁନାହିଁ । ଆଇନ ଅନୁସାରେ ମୃତ୍ୟୁ ନେଇ ଅନ୍ୟ କେହି ଏତଲା କରିପାରିବେ । ପୋଲିସ ତାକୁ କେବଳ ଷ୍ଟେସନ ଡାଏରୀ ହିସାବରେ ଗ୍ରହଣ କରିବ । କିନ୍ତୁ ଯେ ପର୍ଯ୍ୟନ୍ତ ପରିବାର ଲୋକ ଏତଲା ନଦେଇଛନ୍ତି ସେ ପର୍ଯ୍ୟନ୍ତ ମାମଲାର ପ୍ରକୃତ ତଦନ୍ତ କରାଯାଇପାରିବ ନାହିଁ । ଏଭଳି ସ୍ଥଳେ ପରିବାର ଲୋକଙ୍କ ପକ୍ଷରୁ ଏତଲା ନିହାତି ଜରୁରୀ । ତେବେ ଏଯାଏ ସେମାନେ ଏତଲା କରିନାହାନ୍ତି, ସେନେଇ ଚିନ୍ତା କରୁଥିବା କହିଛନ୍ତି ହ୍ୟୁମାନଙ୍କ ମା ଏବଂ ପତ୍ନୀ । ମୃତ୍ୟୁ ରହସ୍ୟ ନିଶ୍ଚିତ ଖୁଲାସା ହେବା ଦରକାର । ଆମର ମାନସିକ ଅବସ୍ଥା ବର୍ତ୍ତମାନେ ଠିକ ହୋଇନି । ଆମେ ଟିକେ ସମୟ ଚାହୁଁଛୁ ବୋଲି ପତ୍ନୀ କହିଥିବା ବେଳେ ଏଯାଏ ଏତଲା ଦେଇନି, ଦେଖାଯାଉ କଣ ହେଉଛି ବୋଲି କହିଛନ୍ତି ହ୍ୟୁମାନଙ୍କ ମା’ ।
ହ୍ୟୁମାନଙ୍କ ପରଲୋକ ଦିନ ଭୁବନେଶ୍ବର ଏମ୍ସ ଆଗରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଦୀନେଶ ଓ ପ୍ରଶାନ୍ତଙ୍କ ସହ ହ୍ୟୁମାନଙ୍କ ମା’ ଶେଫାଳୀ ସୁନାଙ୍କ ମୁହାଁମୁହିଁ ଯୁକ୍ତିତର୍କ ହୋଇଥିଲା । ଦୀନେଶ ଓ ପ୍ରଶାନ୍ତଙ୍କୁ ପୁଅର ମୃତ୍ୟୁ ପାଇଁ ଖୋଲାଖୋଲି ଦାୟୀ କରିଥିଲେ ଶେଫାଳୀ । ଦେହ ଖରାପ ସତ୍ତ୍ବେ ଟଙ୍କା ଲୋଭରେ ଉଭୟ ମ୍ୟାନେଜର ହ୍ୟୁମାନଙ୍କୁ ଜବରଦସ୍ତ ଷ୍ଟେଜ ଚଢ଼ାଉଥିଲେ ଓ ଗାଇବାକୁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏହା ପରେ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଦୀନେଶ ସେଫାଳୀଙ୍କୁ ଖରାପ ଭାଷା ପ୍ରୟୋଗ କରି ଧମକ ଦେଉଥିବା ବି ଦେଖିବାକୁ ମିଳିଥିଲା । ଏଥିରେ ଶେଫାଳୀଙ୍କ ମା’ଙ୍କ ମୋବାଇଲ ଦେଖାଇବାକୁ ଦୀନେଶ କହୁଥିବା ଶୁଣାଯାଇଥିଲା । ଏହା ଭିତରେ ୨୦ ଦିନି ବିତିଯାଇଥିଲେ ବି କାହିଁକି ଶେଫାଳୀ କି ଶ୍ରେୟା ଏତଲା କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଏତଲା ନକରିବାର କାରଣ କଣ, କାହିଁକି ଏତଲା କରୁନାହାନ୍ତି ପରିବାର । ଅନ୍ୟ ପକ୍ଷରେ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିବା ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ନେଇଥିବା କହିଛନ୍ତି ବରିଷ୍ଠ ଅଭିନେତା ଅନୁଭବ ମହାନ୍ତି ।
ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପ୍ରକୃତ ତଦନ୍ତ ହେଲେ ମୃତ୍ୟୁ ରହସ୍ୟଠାରୁ ଆରମ୍ଭ କରି ଅନେକ ଦିଗ ଉପରୁ ପରଦା ହଟିବ । କେଉଁଦିନ ହ୍ୟୁମାନଙ୍କ ପରିବାର ଏତଲା କରୁଛନ୍ତି ଏବେ ତାହା ଉପରେ ସମସ୍ତଙ୍କ ନଜର ।
From Confidence to Crisis: କାଲି ଥିଲେ ଲୋକଙ୍କ ସାହା ଭରସା, ଆଜି ଅସହାୟ

Smugglers Get Creative: ଗଞ୍ଜେଇ ଚାଲାଣରେ ନୂଆ ଫଣ୍ଡା, ବ୍ୟାଟ ଓ ସ୍କୁଲ ବ୍ୟାଗରେ ହେଉଛି ଚାଲାଣ

Shock Incident: ହୃଦୟହୀନ ହୋଇଗଲା ମା’; ନବଜାତକୁ ପର ହାତକୁ ଟେକିଦେଲା

Romeo Lane’s Saurav Luthra: ରୋମିଓ ଲେନର ବିର୍ଚର ମାଲିକ ସୌରଭ ଲୁଥ୍ରା, ସ୍ୱର୍ଣ୍ଣ ପଦକ ବିଜେତା ଇଞ୍ଜିନିୟରରୁ ହୋଇଥିଲେ ହୋଟେଲ୍ ବ୍ୟବସାୟୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)