Advertisment

Huge Gold Reserve in Mayurbhanj: ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ଅଛି ପାଖାପାଖି ଦେଢ଼ ଟନ୍ ସୁନା, ବିଧାନସଭାରୁ ଆସିଲା ଖବର

ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ପାଖାପାଖି ଦେଢ଼ ଟନ୍ ସୁନା ଅଛି। ମୟୂରଭଞ୍ଜ ମଦନସାହିର ଏହି ଖଣିରେ ଏକ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା ରହିଛି। ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ଏହା ଜଣାପଡ଼ିଛି।

author-image
Tapan Swain
Gold

Gold Photograph: (OTV)

ବଢୁଥିବା ସୁନା ଦର ଭିତରେ ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର। ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ପାଖାପାଖି ଦେଢ଼ ଟନ୍ ସୁନା ଅଛି। ମୟୂରଭଞ୍ଜ ମଦନସାହିର ଏହି ଖଣିରେ ଏକ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା ରହିଛି। ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ଏହା ଜଣାପଡ଼ିଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ।

Advertisment

ଏହା ବାଦ ରାଜ୍ୟରେ ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି | ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି | ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁନା ଖଣି ଥିବା ଜଣାପଡ଼ିଛି।

କାଞ୍ଜିଆ ଖଣିରେ ଦେଢ଼ ଟନ୍ ସୁନା

ବଢୁଥିବା ସୁନା ଦର ଭିତରେେ ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର
ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ଅଛି ପାଖାପାଖି ଦେଢ଼ ଟନ୍ ସୁନା
ଖଣିରେ ଏକ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା ଥିବା ସୂଚନା  
ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ସୁନା ଥିବା ନେଇ ସୂଚନା
ଏନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ଲିଖିତ ଉତ୍ତର 
ମୟୂରଭଞ୍ଜ ଜିଲ୍ଲାର ବହୁ ସ୍ଥାନରେ ସୁନା ଖଣିର ସନ୍ଧାନ
ଦେବଗଡ଼, କେଉଁଝର ଜିଲ୍ଲାରେ ଏକାଧିକ ସୁନା ଖଣିର ସନ୍ଧାନ
ବିଭିନ୍ନ ଜିଲ୍ଲାରେ ସୁନା ଖଣି ନେଇ ଓଡ଼ିଶା ଖଣି ନିଗମର ଅନୁସନ୍ଧାନ

Advertisment
Gold Mines Survey Minister Bibhuti Jena
Advertisment
Related Articles
Advertisment