Advertisment

Love For Sejal: ସେଜଲଙ୍କୁ ଭୁଲି ପାରୁନାହାନ୍ତି ଆମେରିକୀୟ ପାଳିତା ମାଆ , ଆମେରିକା ନଫେରି ଏଇଠି ନର୍ସିଂ କରିବାକୁ ଚାହୁଁଛନ୍ତି

ସେଜଲଙ୍କୁ ଭୁଲି ପାରୁ ନାହାନ୍ତି ପାଳିତା ମାଆ । ଝୁରି ହେଉଛନ୍ତି, ସବୁବେଳେ ଭାବୁଛନ୍ତି ଝିଅ କଥା । ଆଖି ଆଗରେ ନାଚି ଯାଉଛି ସେଜଲଙ୍କ ମୁହଁ । ଓଡ଼ିଶାରେ କେମିତି ଥିବ, କଣ କରୁଥିବ ସେଜଲ । ଆମେରିକା ଛାଡିବା ପରେ ତାଙ୍କ କଥା ଭାବି ଭାବି ଦିନ କାଟୁଛନ୍ତି ପାଳିତା ମାଆ ସୁସୀ ଜନ୍।

author-image
Manas Ranjan Mohanty
sejal

sejal Photograph: (OTV)

ସେଜଲଙ୍କୁ ଭୁଲି ପାରୁ ନାହାନ୍ତି ପାଳିତା ମାଆ । ଝୁରି ହେଉଛନ୍ତି, ସବୁବେଳେ ଭାବୁଛନ୍ତି ଝିଅ କଥା । ଆଖି ଆଗରେ ନାଚି ଯାଉଛି ସେଜଲଙ୍କ ମୁହଁ । ଓଡ଼ିଶାରେ କେମିତି ଥିବ, କଣ କରୁଥିବ ସେଜଲ । ଆମେରିକା ଛାଡିବା ପରେ ତାଙ୍କ କଥା ଭାବି ଭାବି ଦିନ କାଟୁଛନ୍ତି ପାଳିତା ମାଆ ସୁସୀ ଜନ୍। ୭ ବର୍ଷ ଯେଉଁ ଝିଅକୁ ପାଖରେ ରଖିଥିଲେ, ତାର ସବୁ ଅଳି ଅଝଟ ସହୁଥିଲେ, ସିଏ ତାଙ୍କୁ ପର କରି ଚାଲି ଆସିଲା ସିନା। ମାଆ ମନ କିନ୍ତୁ ଆଜି ବି ବୁଝୁନି। ଝୁରି ହେଉଛି, ଝିଅକୁ ଦେଖିବାକୁ ଡହଳ ବିକଳ ହେଉଛି।

Advertisment

ପାଳିତା ମାଆ ସୁସୀ, ସେଜଲଙ୍କୁ କେତେ ଭଲ ପାଆନ୍ତି ମର୍ମସ୍ପର୍ଶୀ ଶେଷ ଚିଠିରୁ ସଫା ସଫା ଜଣା ପଡୁଛି। ଗତ ୨୧ ତାରିଖରେ ଆମେରିକା ଛାଡିବା ବେଳେ ଝିଅ ହାତରେ ଆବେଗଭରା ଚିଠିଟି ଧରାଇଥିଲେ ସୁସୀ। ଯେଉଁଥିରେ ଲେଖିଥିଲେ, ସେଜଲ ମୋର ପ୍ରିୟ ଝିଅ, ତୁମେ ଚାଲିଯାଉଥିବା ଦେଖି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରି ଯାଉଛି। ମୁଁ ଦୁଃଖିତ ଯେ ତୁମେ ମାଆଙ୍କ ନାଁରେ କଳଙ୍କ ଲଗାଇଦେଲ। ତୁମେ ଜାଣିଛ ମୁଁ କେବଳ ତୁମକୁ ଭଲ ପାଉଥିଲି ଓ ଭଲରେ ତୁମର ଯତ୍ନ ନେଇଥିଲି। ସେଜ୍.. ତୁମେ ସବୁବେଳେ ମୋ ହୃଦୟରେ ରହିଥିବ। ମାଆ ସୁସୀଙ୍କ ଶେଷ ଚିଠି ଯେ କେହି ପଢୁଛି ତାର ହୃଦୟ କାନ୍ଦି ଉଠୁଛି। ବୁଦ୍ଧିଜୀବୀଙ୍କ ମତରେ, ମାଆ-ଝିଅ ଚାହିଁଲେ ପୁଣି ଏକ ହୋଇଯିବେ।... 



ଆମେରିକାରୁ ଓଡ଼ିଶା ଫେରିବା ପରଠୁ ବାଲେଶ୍ବର ନାରୀ ଶକ୍ତି ସଦନରେ ଅଛନ୍ତି ସେଜଲ୍। ତାଙ୍କ ମାନସିକ ସ୍ଥିତି ସ୍ବାଭାବିକ କରିବାକୁ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଓ କର୍ମଚାରୀ କାଉନସେଲିଂ କରୁଛନ୍ତି। ତାଙ୍କର ଜନ୍ମ ସମ୍ପର୍କିତ ପ୍ରମାଣପତ୍ରର ଯାଞ୍ଚ କରାଯାଉଛି। ଅନ୍ୟପଟେ ଏବେ ବିବାହ ନୁହେଁ, ପାଠ ପଢ଼ିବାକୁ ଆଗ୍ରହୀ ଅଛନ୍ତି ସେଜଲ। ଆମେରିକାରେ ଦ୍ବାଦଶ କ୍ଲାସ ଯାଏଁ ପଢ଼ିଛନ୍ତି। ନର୍ସିଂ ପଢ଼ିବାକୁ ଏବେ ସେ ଇଚ୍ଛୁକ। ସେଜଲ ବାଲେଶ୍ବରରେ କେମିତି ପଢ଼ି ପାରିବେ ସେନେଇ ବିଚାରବିମର୍ଶ ଜାରି ରହିଛି। ... 

ସାତ ଦରିଆ ଡେଇଁ ଓଡ଼ିଶା ଫେରିବାକୁ ସେଜଲଙ୍କ ନିର୍ଯାତନା ନାଟକ ସାରା ରାଜ୍ୟରେ ଚହଳ ପକାଇଥିଲା। ପାଳିତା ମାଆଙ୍କ ନାଁରେ ଆଣିଥିଲେ ମିଛ ଅଭିଯୋଗ। ଓଡ଼ିଶାରେ ପାଦ ଥାପୁ ଥାପୁ ସବୁ ସତ ଓଗାଳିବା ସହ ମାଆଙ୍କୁ କ୍ଲିନଚିଟ୍ ଦେଇଥିଲେ ସେଜଲ। ପରେ ଅମରଙ୍କ ସହ ଲଭ୍ ଷ୍ଟୋରୀରେ ନୂଆ ଟ୍ବିଷ୍ଟ ଆସିଛି। ଆଗକୁ କଣ ହେବ ସେଜଲଙ୍କ ଭବିଷ୍ୟତ ? ଓଡ଼ିଶାରେ ରହି ନିଜ ଭାଗ୍ୟକୁ ଆଦରି ଭବିଷ୍ୟତର ରାସ୍ତା ଖୋଜିବେ ନା ପୁଣି ଥରେ ମାଆଙ୍କ ପାଖକୁ ବାହୁଡିବେ ? ବିନା ଦୋଷରେ ବଦନାମ୍ ମୁଣ୍ଡାଇଥିବା ପାଳିତା ମାଆ ଆଉ ଗ୍ରହଣ କରିବେ ତ ସେଜଲକୁ ? ... 

Advertisment
Advertisment
Related Articles
Advertisment