Advertisment

ICU Negligence at SCB Medical: ଏସସିବି ମେଡିକାଲରେ ରୋଗୀ ଅବହେଳାର ନଗ୍ନ ଚିତ୍ର, କର୍ତ୍ତୃପକ୍ଷଙ୍କ ଖାମଖିଆଲି; ଭାଇରାଲ ହେଉଛି ଭିଡିଓ

କଟକ ବଡ଼ ମେଡିକାଲ ଆଇସିୟୁରୁ ଆସିଛି ଚକିତ କଲାଭଳି ଚିତ୍ର। ଜଣେ ମହିଳା ରୋଗୀ ଶୋଇଥିବା ବେଡ୍ ର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି।

author-image
Chinmayee Sahoo
ICU Negligence

ICU Negligence Photograph: (OTV)

କଟକ ବଡ଼ ମେଡିକାଲ ଆଇସିୟୁରୁ ଆସିଛି ଚକିତ କଲାଭଳି ଚିତ୍ର। ଜଣେ ମହିଳା ରୋଗୀ ଶୋଇଥିବା ବେଡ୍ ର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ଆଇସିୟୁ ରୁମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଏଭଳି ଅବସ୍ଥା ବେଳେ କେହି କେମିତି ପାଖରେ ନଥିଲେ ଓ ସେ କିଭଳି ଏମିତି ଅବସ୍ଥାକୁ ଆସିଲେ, ତାହା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। 

Advertisment

ଗୋଟିଏ ପଟେ ଆଇସିୟୁ ଭିତରକୁ ରୋଗୀ ସମ୍ପର୍କୀୟଙ୍କୁ ଛଡ଼ା ଯାଉନଥିବାବେଳେ ଭିତରେ ରୋଗୀ ଭଗବାନ ଭରସାରେ ରହୁଥିବା କୁହାଯାଉଛି। ଖୋଦ୍ କଟକ ଏସିସିବି ଆଇସିୟୁ ଭିତରେ ରୋଗୀ ଅବହେଳାର ଏ ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ଡାକ୍ତର- ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଖାମଖିଆଲି ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ମହିଳା ଓ ବୃଦ୍ଧା ରୋଗୀ ଜଣକ ବେଡ୍ ରୁ ଖସିପଡୁଥିବା ବେଳେ କେହି ଜଣେ ମୋବାଇଲରେ ସେ ଭିଡିଓ ଉତ୍ତୋଳନ କରିଛନ୍ତି। ଉକ୍ତ ଦୃଶ୍ୟରୁ ଏହା ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁ ବୋଲି ଅନୁମାନ କରାଯାଉଛି। ଏସସିବି ମେଡିକାଲ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରାଯାଉଛି ବୋଲି ସଫେଇ ଦେଇଛନ୍ତି।

Advertisment

Cuttack SCB Hospital
Advertisment
Related Articles
Advertisment