/odishatv-khabar/media/media_files/2025/12/17/airstrip-exam-2025-12-17-21-39-12.jpg)
AIRSTRIP-EXAM Photograph: (OTV)
ମେଳା କି ମହୋତ୍ସବ ନୁହେଁ, ଧାରଣା କି ଶୋଭାଯାତ୍ରା ବି ନୁହେଁ। ହେଲେ ହଜାର ହଜାର ଲୋକଙ୍କ ସମାଗମ। ଆକାଶ ମାର୍ଗରୁ ଡ୍ରୋନ କ୍ୟାମେରାରେ ଉତ୍ତୋଳିତ ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବଭାବିକ। ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ କାଗଜ ଆଉ କଲମ। ତେବେ ଏଠି ଚାଲିଛି କଣ। ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପର। ଅବସର ସମ୍ବଲପୁର ପୋଲିସ ଜିଲ୍ଲା ପାଇଁ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା। ସମ୍ବଲପୁର ଜିଲ୍ଲା ବିଭିନ୍ନ ଥାନାରେ ଖାଲିଥିବା ୧୮୭ ହୋମ୍ ଗାର୍ଡ ପଦବୀ ଲାଗି ଗତକାଲି ହୋଇଛି ଲିଖିତ ପରୀକ୍ଷା। ଯେଉଁଥିପାଇଁ ଆବେଦନ କରିଥିଲେ ପ୍ରାୟ ୧୧ ହଜାରରୁ ଅଧିକ ଆଶାୟୀ। ଗୃହରକ୍ଷୀ ପଦବୀ ଲାଗି ଏତେ ସଂଖ୍ୟାରେ ପିଲାଙ୍କ ଆବେଦନକୁ ନେଇ କର୍ତ୍ତୃପକ୍ଷ ଏଇ ସ୍ଥାନକୁ ଲିଖିତ ପରୀକ୍ଷା ପାଇଁ ବାଛିଥିଲେ। ଆଉ ପୂର୍ବ ପ୍ରସ୍ତୁତି ଅନୁସାରେ ସୁରୁଖୁରରେ ସରିଛି ପରୀକ୍ଷା। ୧୮୭ ପଦବୀ ଲାଗି ପରୀକ୍ଷା ଦେଇଛନ୍ତି ପ୍ରାୟ ୮ ହଜାରରୁ ଅଧିକ ଆଶାୟୀ।
ପୁଣି ମନରେ ପ୍ରଶ୍ନ ଉଠିଛି ଯେ, ହୋମ୍ ଗାର୍ଡ ଚାକିରି ପାଇଁ ପିଲାଙ୍କ ଭିତରେ କାହିଁକି ଏତେ ଆଗ୍ରହ ? ମାତ୍ର ୫ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ପଦବୀ ପାଇଁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କ ଭିତରେ କିଏ ଏମବିଏ, ଏମସିଓ ତ କିଏ ଇଂଜିନିୟରିଂ ଡିଗ୍ରୀଧାରୀ । ତେବେ କଣ ପାଇଁ ଏ ଉଚ୍ଚ ଶିକ୍ଷିତ ମାନେ ହୋମଗାର୍ଡ ଚାକିରୀ ଖଣ୍ଡେ ପାଇଁ ଧାଡ଼ିରେ ଅପେକ୍ଷା କରୁଛନ୍ତି ? ଦୈନିକ ୬୧୨ ଟଙ୍କା ଦରମା ପାଇଁ ଆଶାୟୀଙ୍କ ଭିତରେ ଏତେ ପ୍ରତିଯୋଗିତା ପଛର କାରଣ କଣ ? ୟା ପୂର୍ବରୁ ସୁନ୍ଦରଗଡ଼ରେ ୨୦୨ ପଦବୀ ଲାଗି ପରୀକ୍ଷା ଦେଇଥିଲେ ୧୦ ହଜାରରୁ ଅଧିକ ପ୍ରାର୍ଥୀ। ସେହିଭଳି ରାଉରକେଲାରେ ବି ୧୧୮ ପଦବୀ ଲାଗି ପରୀକ୍ଷାରେ ବସିଥିଲେ ୧୦ ହଜାର ପିଲା। ବିଶେଷଜ୍ଞଙ୍କ ମତରେ ଏହାର ଦୁଇଟି କାରଣ। ଗୋଟିଏ ଉତ୍କଟ ବେକାରୀ ସମସ୍ୟା। ଆଉ ଅନ୍ୟଟି ହେଲା ଆଗକୁ ପୋଲିସ, ଏକ୍ସାଇଜ୍ ଓ ଜଙ୍ଗଲ ବିଭାଗରେ ଗୃହରକ୍ଷୀଙ୍କୁ ମିଳୁଥିବା ଅଗ୍ରାଧିକାର ସୁବିଧା। ଯାହା ଏତେସଂଖ୍ୟାରେ ପିଲାଙ୍କୁ ଆସିବାକୁ ବାଧ୍ୟ କରୁଛି।...
Accident On Delhi–Agra Expressway: ଏକାଥରେ ୭ ବସ୍ ୩ କାର ଧକ୍କା , ଚଟକିନା ଚାଲିଗଲା ୧୩ ଜୀବନ

Blind Faith Turns Fatal: ଘରେ ରହିଛି ଅତୃପ୍ତ ଆତ୍ମା , ଗୁଣିଆର କଳା ଯାଦୁରେ ଫଶିଗଲେ ଘର ମାଲିକ

Son Returns After 3 Years: ସୁଦାନ ଦସ୍ୟୁଙ୍କ କବଳରୁ ଫେରିଲେ ଆଦର୍ଶ

Anganwadi Worker Killed: ସ୍ବାମୀ ଯାଇଥିଲେ ଦହି ବିକି , ପ୍ରେମିକ କାଟିଦେଲା ସ୍ତ୍ରୀର ତଣ୍ଟି !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)