/odishatv-khabar/media/media_files/2025/12/17/odia-man-returned-from-sudan-2025-12-17-16-43-32.jpg)
Odia-Man-Returned-From-Sudan Photograph: (OTV)
ଏ ମିଳନ ଖୁସିର। ପୁଅ ପାଇଁ ବର୍ଷ ବର୍ଷ ଧରି ଛାତିରେ ଜମାଟ ବାନ୍ଧିଥିବା ସ୍ନେହ ମମତା ଗୁଡାକ ଯେମିତି ତରଳି ଲୁହ ହୋଇ ଆଖିବାଟେ ବାହାରି ଯାଉଛି। ଯେତେବେଳେ ଭେଣ୍ଡା ପୁଅଟା କାମ ଦିପାଇଟି କରି ଘର ଚଳାଇବାକୁ ସୁଦୂର ସୁଦାନ ଯାଇ ଥିଲା। ହେଲେ ସେଠାରୁ ଫେରି ପାରି ନ ଥିଲା। ଯାହାକୁ ନେଇ ମାସେ କି ଦି ମାସ ନୁହେଁ 3 ବର୍ଷ ହେବ ମା ମନଟା ଆଉଟୁପାଉଟୁ ହଉଥିଲା। ତା ମନକୁ ପାପ ଛୁଉଁଥିଲା କାଳେ ମୋ ପୁଅର କିଛି ହେଇଯିବନି ତ। ପୁଅ ପାଇଁ ଠାକୁରଙ୍କ ପାଖରେ ମୁଣ୍ଡ ପିଟିଛି, ବଡ ବାବୁଙ୍କୁ ଗୁହାରି ବି ହୋଇଛି। ଶେଷରେ ଏ ମା’ର ଡାକ ଭଗବାନ ଶୁଣିଲେ ଆଉ ତା କୋଳକୁ ପୁଅକୁ ଫେରାଇ ଦେଲେ। ଆଉ ପୁଅକୁ ପାଖରେ ପାଇ ମା କହୁଛି ମୋର ଟଙ୍କା ଦରକାର ନାହିଁ, ମୋ ପୁଅ ମୋ ପାଖରେ ଥାଉ।
ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ଆଜି ଓଡ଼ିଶା ଫେରିଛନ୍ତି। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ସେ ଆସି ଭୁବନେଶ୍ବର ପହଞ୍ଚିଛନ୍ତି। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶଙ୍କ ପାଇଁ ବିମାନବନ୍ଦର ବେଶ୍ ଗହଳି ଲାଗିରହିଥିଲା । ମା’ ସମେତ ପତ୍ନୀ, ପୁଅକୁ ଦେଖି ଆଦର୍ଶଙ୍କ ଆଖିର ଲୁହ ବି ବନ୍ଦ ହେବା ନାଁ ଧରୁ ନ ଥିଲା। ଆଉ ଥରେ ଜୀବନ ଧରି ଘରକୁ ଫେରିବେ ବୋଲି ସେ କେବେ ଭାବି ବି ନ ଥିଲେ।
୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ ଆଦର୍ଶ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ଏହାପରେ ଗତ ମାସରେ ସେ ନିଜ କମ୍ପାନୀ ମାଲିକଙ୍କ ସହ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଥିବା ବେଳେ ଭାଗ୍ୟ ଖେଳିଲା ଖେଳ। ଆତଙ୍କୀ ସଂଗଠନ RSFର କିଛି ବନ୍ଧୁକଧାରୀ ବ୍ୟକ୍ତି ମାଲିକଙ୍କ ସହ ତାଙ୍କୁ ବି ଟେକି ନେଇଥିଲେ।
ବନ୍ଧୁକ ମୁନରେ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଉଥିବା ବେଳେ ଖାଇବାକୁ ଗଣ୍ଡେ ବି ପାଇପାରୁ ନ ଥିଲେ । ପ୍ରଥମ ୩ ଦିନ ଜଙ୍ଗଲରେ ଓ ପରେ ଜେଲ୍ କୁ ନେଇ ଏକ ଅନ୍ଧାର କୋଠରୀରେ ପ୍ରାୟ ଦେଢ ମାସ ତାଙ୍କୁ ବନ୍ଦୀ କରି ରଖିଥିଲେ। ଏହି ଭିଡିଓ ସାମ୍ନାକୁ ଆସିଥିବା ବେଳେ ପରିବାରରେ କାନ୍ଦବୋବାଳି ପଡ଼ି ଯାଇଥିଲା। ନେହୁରା ହେଉଥିଲେ ବି ଆଦର୍ଶଙ୍କୁ ସେମାନେ ଛାଡ଼ୁନଥିଲେ ବରଂ ଅଧିକ ଭୟଭୀତ କରାଉଥିଲେ।
ଆଦର୍ଶଙ୍କୁ ଉଦ୍ଧାର ପାଇଁ ସଂସଦରେ ଦାବି ଜଣାଇଥିଲେ ସାଂସଦ ବିଭୁ ପ୍ରସାଦ ତରାଇ । ଏହାପରେ ତତ୍ପରତା ପ୍ରକାଶ କରିଥିବା ବୈଦେଶିକ ମନ୍ତ୍ରାଳୟ ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ସକ୍ଷମ ହୋଇଛି।
Unemployment Woes: ୧୮୭ଟି ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ: ଏୟାରଷ୍ଟ୍ରିପରେ ହେଲା ପରୀକ୍ଷା

Do You Know The Doomsday Vault? ପୃଥିବୀକୁ ପ୍ରଳୟ ଆସିବ, ଛାରଖାର ହେବ ଦୁନିଆ... ସେତିକିବେଳେ ଖୋଲିବ ଏହି ସିନ୍ଦୁକ

Pollution Response Exercise: ସମୁଦ୍ରରେ କମିବ ପ୍ରଦୂଷଣ: କୋଷ୍ଟଗାର୍ଡର ଆଉ ଏକ ଅପରେସନ୍

Two Villages in Trouble: ବ୍ରହ୍ମଗିରି କେନାଲ ଖୋଳା ହଙ୍ଗାମା ପଛରେ କିଏ ? ଉପାସନା କହିଲେ, ବିବାଦ ପଛରେ ତଡିପାର ନେତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)