Advertisment

Blind Faith Turns Fatal: ଘରେ ରହିଛି ଅତୃପ୍ତ ଆତ୍ମା , ଗୁଣିଆର କଳା ଯାଦୁରେ ଫଶିଗଲେ ଘର ମାଲିକ

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଘଟିଛି ଏହି ଅଘଟଣ l ପାଳକଣା ଗାଁର ଜଗବନ୍ଧୁ ମହାରଣାଙ୍କ ଘରେ ଲାଗି  ରହୁଥିଲା ଅଶାନ୍ତି। ଭାଇ ଭାଇ ମଧ୍ୟରେ ହେଉଥିଲା ମତାନ୍ତର।  ହସଖୁସିର ପରିବାରରେ ଲାଗି ଯାଇଥିଲା କାହା ନଜର

author-image
Manas Ranjan Mohanty
Kendrapara-Black-Magic

Kendrapara-Black-Magic Photograph: (OTV)

ଘରେ ରହିଛି ଅତୃପ୍ତ ଆତ୍ମା । ମାଟି ତଳେ ଥିବା ହାଡ଼ ହେଉଛି ଅଶାନ୍ତିର କାରଣ । ହାଡ଼ ବାହର କରିବା ସହ ପୂଜାର୍ଚ୍ଚନା କଲେ ଫେରି ଆସିବ ସୁଖ ଶାନ୍ତି । ଗୁଣିଆର କଳା ଯାଦୁରେ ଫଶିଗଲେ ଘର ମାଲିକ

Advertisment

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଘଟିଛି ଏହି ଅଘଟଣ l ପାଳକଣା ଗାଁର ଜଗବନ୍ଧୁ ମହାରଣାଙ୍କ ଘରେ ଲାଗି  ରହୁଥିଲା ଅଶାନ୍ତି। ଭାଇ ଭାଇ ମଧ୍ୟରେ ହେଉଥିଲା ମତାନ୍ତର।  ହସଖୁସିର ପରିବାରରେ ଲାଗି ଯାଇଥିଲା କାହା ନଜର। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଗୁଣିଆର ସୁଚିନ୍ତିତ ଚକ୍ରବ୍ୟୁହରେ ପଶିଥିଲେ ନିରୀହ ଜଗବନ୍ଧୁଙ୍କ ପରିବାର ।



ଛନ୍ଦି ଦେଲା ଗୁଣିଆର କଳା ଯାଦୁ। ଘରେ କାହାର ପାଦ ଧୂଳି ପଡ଼ିଲେ ସବୁ ଫସର ଫାଟିଯିବ । ତେଣୁ ମାସେ  ହେବ ଘରେ କାହାକୁ ପ୍ରବେଶ ଅନୁମତି ମିଳୁ ନ ଥିଲା। ଗୁଣିଆଦ୍ବୟ ଘରର ମାଟି ନେଇ ଟେଷ୍ଟ କଲେ।  ଏହାପରେ ଘରେ କୂଅ ସଦୃଶ ମାଟି ଖୋଳା ଚାଲିଥିବା ବେଳେ ବାହାର ଲୋକ କିଛି ଟେର ପାଇ ପାରି ନ ଥିଲେ। 

ଦୁଇ ଦିନ ହେଲା ଚାଲିଥିଲା ପୂଜାର୍ଚ୍ଚନା। ଜଣେ ବ୍ରାହ୍ମଣ ପୂଜାପାଠ କରୁଥିବା ବେଳେ ଦୁଇ ଜଣ ଗୁଣିଆ ତନ୍ତ୍ରବିଦ୍ୟା କରୁଥିଲେ।  ଗତରାତିରେ ଜଗବନ୍ଧୁଙ୍କୁ ମାଟି ଖୋଳିବା ସ୍ଥାନରେ ପଶିବାକୁ କହିଥିଲେ ଗୁଣିଆ।  ମାଟି ଖୋଳୁ ଖୋଳୁ ତାଙ୍କ ଉପରେ ଅତଡ଼ା ଖସି ପଡ଼ିଥିଲା।  ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି  ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ସାଂଘାତିକ କାଣ୍ଡ ଘଟାଇଥିବା ଦୁଇ ଗୁଣିଆଙ୍କୁ ଉଠାଇ ନେଇଛି ପୋଲିସ୍।  

Advertisment
Advertisment
Related Articles
Advertisment