/odishatv-khabar/media/media_files/2025/12/17/anganwadi-worker-killed-2025-12-17-19-03-38.jpg)
Anganwadi Worker Killed Photograph: (OTV)
କାମନା ନିଆଁରେ ଜଳୁଥିଲେ ଅଙ୍ଗନବାଡ଼ି ଦିଦି ! ପଡ଼ୋଶୀ ଯୁବକକୁ ଡାକୁଥିଲେ ଦେହଭୋକ ମେଣ୍ଟାଇବାକୁ ! ବର୍ଷ ବର୍ଷ ଧରି ପର ପୁରୁଷ ସହ ଦିଦି ଖେଳିଲେ ଦେହଖେଳ। ଯୁବକ ମନାକଲାରୁ ଦେଲେ ଧମକ। ମିଛ ଦୁଷ୍କର୍ମ ଅଭିଯୋଗ ଆଣିବାକୁ ଧମକ ଦେଇ ମେଣ୍ଟାଇଲେ ଦେହର ଭୋକ। ବ୍ଳାକମେଲ୍ ହେଲା ଅସହ୍ୟ, ନିଜ ସ୍ତ୍ରୀ ସହ ମିଶି କାମନାପ୍ରିୟ ନାରୀଙ୍କୁ ବାଟରୁ ହଟାଇଲେ ଯୁବକ ! ସ୍ବାମୀ ଯାଇଥିଲେ ଦହି ବିକି, ପ୍ରେମିକ କାଟିଦେଲା ସ୍ତ୍ରୀର ତଣ୍ଟି !
ଉତ୍ତରପ୍ରଦେଶ ବାରଣାସୀରେ ଯାହା ଘଟିଛି ତାହା ଶୁଣିଲେ ଆପଣ କହିବେ ଏ ଦୁନିଆରେ ଆଉ ବଞ୍ଚିହେବନି। କଣ ନଘଟୁଛି ଏଠି । ଉତ୍ତରପ୍ରଦେଶ ଶିଭପୁର ଥାନା ଅଞ୍ଚଳରେ ଘରେ ପଶି ଜଣେ ଅଙ୍ଗନବାଡି ଦିଦିଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ହେଉଛନ୍ତି ୪୫ ବର୍ଷୀୟା ଅନୁପମା ଓରଫ୍ ସୀତା। ମର୍ଡର କେସରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ମୋହିତ ଓ ଅଞ୍ଜଳି। ୨୧ ବର୍ଷୀୟ ମୋହିତ ଓ ଅଞ୍ଜଳି ସଂପର୍କରେ ସ୍ବାମୀ ସ୍ତ୍ରୀ ।
ତେବେ ଅଙ୍ଗନବାଡ଼ି ଦିଦିଙ୍କୁ କାହିଁକି ମାରିଲେ ସ୍ବାମୀ-ସ୍ତ୍ରୀ ? ପୋଲିସ ସୂଚନା ଅନୁସାରେ- ଅନୁପମାଙ୍କ ପଡ଼ୋଶୀ ଥିଲେ ୨୧ ବର୍ଷୀୟ ମୋହିତ। ବିବାହର ଅନେକ ବର୍ଷ ପରେ ଅନୁପମା ମା’ ହୋଇନପାରିବାରୁ ସେ ମୋହିତକୁ ତାଙ୍କ ସହ ସଂପର୍କ ରଖିବାକୁ କହିଥିଲେ। ବର୍ଷ ବର୍ଷ ଧରି ସେ ତାଙ୍କ ସହ ସଂପର୍କ ରଖିଥିଲା। ମୋହିତ ଯେବେ ସଂପର୍କ ରଖିବାକୁ ମନା କରୁଥିଲା ସେବେ ଅନୁପମା ତାଙ୍କୁ ବାଧ୍ୟ କରୁଥିଲେ। ଟଙ୍କା ନେଇ ତାଙ୍କ ସହ ସଂପର୍କ ରଖିବାକୁ ବି ସେ ମୋହିତକୁ ଅଫର ଦେଇଥିଲେ।
ଦିନପରେ ଦିନ ବିତୁଥିଲା ଆଉ ତାଙ୍କ ଲୁଚାଛପା ସଂପର୍କ ମଧ୍ୟ ଚାଲିଥିଲା। ହେଲେ ଯେବେ ବିବାହିତା ମହିଳା ଅନୁପମା ପଡ଼ୋଶୀ ଯୁବକ ମୋହିତଙ୍କ ସହ ସଂପର୍କ ରଖିପାରୁନଥିଲେ ସେବେ ତାଙ୍କୁ ଦେଉଥିଲେ ଧମକ । ଏମିତିକି ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫଶେଇ ଦେବାକୁ ସେ ଧମକ ଦେଉଥିଲେ। ବାରମ୍ବାର ଚାପ ପକାଇବାରୁ ମୋହିତ ସବୁକଥା ତାଙ୍କ ସ୍ତ୍ରୀ ଅଞ୍ଜଳିକୁ ଜଣାଇଥିଲେ।
ଆଉ ତାପରେ କାମନାବାସନାରେ ପାଗେଳି ଅନୁପମାଙ୍କୁ ବାଟରୁ ହଟେଇବାକୁ ପ୍ଲାନ କରିଥିଲେ ମୋହିତ ଓ ତାଙ୍କ ସ୍ତ୍ରୀ। ୧୧ ଡିସେମ୍ବର ୨୦୨୫ । ଅନୁପମାଙ୍କ ବିଷୟରେ ସବୁ ଜାଣିଥିବା ମୋହିତ ଠିକ୍ ସମୟରେ ଯାଇ ପହଞ୍ଚିଥିଲା ଅନୁପମାଙ୍କ ଘରେ। ସେତେବେଳକୁ ଅନୁପମାଙ୍କ ସ୍ବାମୀ ଦହି ବିକ୍ରି କରିବାକୁ ଘରୁ ପଳାଇଥିଲେ। ବାହାରେ ଥାଇ ସ୍ବାମୀ-ସ୍ତ୍ରୀ ଅନୁପମାଙ୍କୁ ଡାକିଲେ। ଅନୁପମା ବାହାରକୁ ଆସିବା ପରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ମୋହିତ। ପ୍ରଥମେ ତାଙ୍କ ତଣ୍ଟିକୁ ବ୍ଲେଡରେ କାଟିପକାଇଥିଲା ଏବଂ ପରେ ହେମଦସ୍ତାରେ ମୁଣ୍ଡକୁ ଛେଚିଦେଲା। ଘରଟି ଜନବସତିଠାରୁ ଥିବାରୁ ସହଜରେ ଏକଥା କେହି ଜାଣିପାରିନଥିଲେ। ଅନୁପମାଙ୍କୁ ଆକ୍ରମଣ କରି ଘର ଭିତରେ ପଶିଥିଲେ ମୋହିତ ଓ ଅଞ୍ଜଳି। ଘରୁ ସୁନାଗହଣା ସହ ଟଙ୍କା ଧରି ସେମାନେ ସେଠୁ ଫେରାର ମାରିଥିଲେ।
କେମିତି ଧରାପଡ଼ିଲେ ହତ୍ୟାକାରୀ ସ୍ବାମୀ-ସ୍ତ୍ରୀ ?
ଅନୁପମାଙ୍କୁ ମର୍ଡର କରି ଫେରାର ମାରିଥିଲେ ମୋହିତ ଓ ଅଞ୍ଜଳି। ଏକଥା ସେତେବେଳେ ଜଣାପଡ଼ିଲା ଯେତେବେଳେ ଦହି ବେପାର ସାରି ଘରକୁ ଫେରିଥିଲେ ଅନୁପମାଙ୍କ ସ୍ବାମୀ ଶୈଳେଶ କୁମାର ପଟେଲ । ସେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏବଂ କିଏ ମାରିଲା ତାକୁ ନେଇ ତନାଘନା ଚଳାଇଲା। ପ୍ରାୟ ୨ଶହ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ଏହା ସହ ସାଇଣ୍ଟିଫିକ୍ ଏଭିଡିଏନ୍ସ ସଂଗ୍ରହ କରିଥିଲା ଆଉ ପହଞ୍ଚିଯାଇଥିଲା ଅପରାଧୀ ପାଖରେ। ହତ୍ୟା କରି ସୁନାଗହଣା ଲୁଟି ମୁମ୍ବାଇ ଫେରାର ମାରିବାକୁ ଯୋଜନା କରୁଥିବାବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ୨ ଲକ୍ଷ ଟଙ୍କାର ସୁନାଗହଣା, ୭୩ ହଜାର ଟଙ୍କା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ପଚରାଉଚରା ବେଳେ ସବୁ ସତ ମାନିଛନ୍ତି ସ୍ବାମୀ-ସ୍ତ୍ରୀ।
ଆଉ ସେଇ ସତରୁ ହିଁ ସାମ୍ନାକୁ ଆସିଛି ମୃତ ଅଙ୍ଗନବାଡି ଦିଦିଙ୍କ କାମନାବାସନାର କଥା। କିନ୍ତୁ ଖରାପ ସଂପର୍କ ପାଇଁ ଅନୁପମା ବାଧ୍ୟ କରିବା ଘଟଣାକୁ ଗ୍ରହଣ କରିପାରୁନାହାନ୍ତି ମୃତ ଅନୁପମାଙ୍କ ପରିବାର ଲୋକ । କେବଳ ଲୁଟ୍ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ଏମିତି ଏକ ବର୍ବର ହତ୍ୟାକାଣ୍ଡ ଏବଂ ତାହା ପୁଣି ସ୍ବାମୀ-ସ୍ତ୍ରୀଙ୍କ ଦ୍ବାରା, ଏ ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ହତ୍ୟାର କାରଣ ପୋଲିସ ଯାହା କହୁଛି ତାହା ଯଦି ସତ ହୋଇଥାଏ ତେବେ ଏଠି ମନେ ରଖିବା ଉଚିତ ଯେ ସବୁବେଳେ ପାପ ସଂପର୍କ ସାଂଘାତିକ । ବ୍ୟୁରୋ ରିପୋର୍ଟ, ଓଟିଭି।
Do You Know The Doomsday Vault? ପୃଥିବୀକୁ ପ୍ରଳୟ ଆସିବ, ଛାରଖାର ହେବ ଦୁନିଆ... ସେତିକିବେଳେ ଖୋଲିବ ଏହି ସିନ୍ଦୁକ

Pollution Response Exercise: ସମୁଦ୍ରରେ କମିବ ପ୍ରଦୂଷଣ: କୋଷ୍ଟଗାର୍ଡର ଆଉ ଏକ ଅପରେସନ୍

Two Villages in Trouble: ବ୍ରହ୍ମଗିରି କେନାଲ ଖୋଳା ହଙ୍ଗାମା ପଛରେ କିଏ ? ଉପାସନା କହିଲେ, ବିବାଦ ପଛରେ ତଡିପାର ନେତା

Odia Jatra Artistes Attacked: ରକ୍ତ ରଞ୍ଜିତ ହେଲା ଯାତ୍ରା ମଞ୍ଚ , କଳାକାରଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)