Advertisment

Police Launch Special Drive: ମକର ସଂକ୍ରାନ୍ତି ପୂର୍ବରୁ ପୋଲିସର ସ୍ବତନ୍ତ୍ର ଅଭିଯାନ, ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ

ମକର ସଂକ୍ରାନ୍ତି ପୂର୍ବରୁ ପୁରୀ ସହରରେ ପୋଲିସର ସ୍ବତନ୍ତ୍ର ଅଭିଯାନ। ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ସ୍ବତନ୍ତ୍ର ଅଭିଯାନ। ବିଭିନ୍ନ ଦୋକାନରୁ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ।

author-image
Chinmayee Sahoo
Special Drive

Special Drive Photograph: (OTV)

ମକର ସଂକ୍ରାନ୍ତି ପୂର୍ବରୁ ପୁରୀ ସହରରେ ପୋଲିସର ସ୍ବତନ୍ତ୍ର ଅଭିଯାନ । ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ସ୍ବତନ୍ତ୍ର ଅଭିଯାନ ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ସହିତ ସହରର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। ଏପରି ପରିସ୍ଥିତିରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଦୁର୍ଘଟଣା ଏଡେଇବା ପାଇଁ ପୁରୀ ଏସପିଙ୍କ ନିର୍ଦେଶରେ ସହରରେ ସ୍ବତନ୍ତ୍ର ଅଭିଯାନ କରାଯାଇଛି। 

Advertisment

ପୁରୀ ସହରର ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁ ମୋଟ ୭୦ ବଣ୍ଡଲ୍ ମାଞ୍ଜା ସୂତା ଜବତ କରାଯାଇଛ। ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ କଢ଼ା ଚେତାବନୀ ଦିଆଯାଇଛି।।ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ। ବଡ଼ଦାଣ୍ଡରେ ମାଞ୍ଜା ସୂତା ଲାଗିଥିବା ଗୁଡ଼ି ନ ଉଡ଼ାଇବାକୁ ପୋଲିସ ଅପିଲ୍ କରିଛି ।

ମକର ସଂକ୍ରାନ୍ତି ପୂର୍ବରୁ ପୁରୀ ସହରରେ ପୋଲିସର ସ୍ବତନ୍ତ୍ର ଅଭିଯାନ
ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ସ୍ବତନ୍ତ୍ର ଅଭିଯାନ
ବିଭିନ୍ନ ଦୋକାନରୁ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ
ବଡ଼ଦାଣ୍ଡରେ ମାଞ୍ଜା ସୂତା ଲାଗିଥିବା ଗୁଡ଼ି ନ ଉଡ଼ାଇବାକୁ ପୋଲିସର ଅପିଲ୍

Advertisment
Special Drive Makar Sankranti
Advertisment
Related Articles
Advertisment