/odishatv-khabar/media/media_files/2025/11/18/humane-sagar-2025-11-18-19-00-11.jpg)
Humane Sagar Photograph: (OTV)
ଅନ୍ତିମ ଯାତ୍ରାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। କାନ୍ଦୁଛି ଜନ୍ମମାଟି, ତାଙ୍କୁ ଝୁରୁଛି ସାରା ଓଡ଼ିଶା। ଟିଟିଲାଗଡ଼ରେ ତାଙ୍କର ଶେଷକୃତ୍ୟ କରାଯାଇଛି। ଏଥିପାଇଁ ଟିଟିଲାଗଡ଼ CNI ଚର୍ଚ୍ଚରେ ପହଞ୍ଚିଥିଲା ପାର୍ଥିବ ଶରୀର। ସେଠାରେ ତାଙ୍କୁ କବର ଦିଆଯାଇଛି। କବର ସ୍ଥାନରେ ତାଙ୍କ ଶେଷ ଦର୍ଶନ କରିବାକୁ ଅନେକ ପ୍ରଶଂସକଙ୍କ ଭିଡ ଦେଖବାକୁ ମିଳିଛି।
ଆଜି ଜନ୍ମସ୍ଥାନ ଟିଟିଲାଗଡ଼ ଡେଙ୍ଗ ଗାଁରେ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଛନ୍ତି ପରିବାର, ସମ୍ପର୍କୀୟ, ଆତ୍ମୀୟ ସ୍ବଜନ ଓ ସଙ୍ଗୀତ ଦୁନିଆର ବହୁ ସେଲିବ୍ରିଟି। ଗତକାଲି ରାତି ୯ଟା ୮ ମିନିଟରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ହ୍ୟୁମାନ। ଲିଭରରେ ସମସ୍ୟା ପାଇଁ ସେ ଗୁରୁତର ହୋଇଥିଲେ। ତାଙ୍କର ଏକାଧିକ ଅଙ୍ଗ କାମ କରୁନଥିଲା। AIIMSର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ। ଏମ୍ସରୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କ ମୃତଦେହ କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରୁ ଅଣାଯାଇଛି ଟିଟିଲାଗଡ଼।
ହ୍ୟୁମାନ ସାଗରଙ୍କ କ୍ୟାରିୟରର ଆରମ୍ଭ ହୋଇଥିଲା ୧୦ ବର୍ଷ ତଳେ । ଏବେ ନିରବୀ ଗଲା ତାଙ୍କ ସଂଗୀତର ଯାତ୍ରା । ସିନେମା ଜଗତରେ ‘ଇସ୍କ ତୁ ହି ତୁ’ରୁ କଣ୍ଠଦାନ କଲେ… ଫିଲ୍ମ ‘ଚାରିଧାମ’ରେ ସରିଗଲା ହ୍ୟୁମାନଙ୍କ ସଂଗୀତ । ମାତ୍ର ୧୦ ବର୍ଷ , ସଂଗୀତର ଅବିଶ୍ରାନ୍ତ ବର୍ଷାରେ ଭିଜାଇ ଠକିଦେଲେ ଓଲିଉଡର ଯୁବ ପ୍ଲେ-ବ୍ୟାକ୍ କିଙ୍ଗ୍ ।
କମ୍ ବୟସରେ ନାଁ କମାଇଥିଲେ ହ୍ୟୁମାନ
୨୦୧୫ରେ ତରଙ୍ଗର ଫିଲ୍ମ ‘ଇସ୍କ ତୁ ହି ତୁ’ରେ ଅରିନ୍ଦମଙ୍କ ପାଇଁ ପ୍ରଥମ ଥର ଗୀତ ଗାଇଥିଲେ ହ୍ୟୁମାନ୍ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଆଉ ଫିଲ୍ମ ହୋଇଥିଲା ସୁପରହିଟ୍ । ରାତାରାତି ବିଗ୍ ଷ୍ଟାର ବନିଥିଲେ ହ୍ୟୁମାନ୍ । ଏମିତି କି ପରର୍ବତ୍ତୀ ସମୟରେ ବାବୁସାନ୍ ଓ ଅନୁଭବଙ୍କ ପରି ବି ଓଡ଼ିଶାରେ ଖେଳିଯାଇଥିଲା ହ୍ୟୁମାନଙ୍କ କ୍ରେଜ୍ ।
ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ସହ ବି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ହ୍ୟୁମାନ । ତାଙ୍କର ପ୍ରତିଟି ଗୀତ ଓଡ଼ିଆ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି । ଗୋଟେ ଶୁଆ ଗୋଟେ ଶାରୀ, ଗପ ହେଲେ ବି ସତ, ପ୍ରେମକୁମାର, ଅଭୟ, କର୍ମ ଏବଂ ଚାରିଧାମ ଭଳି ଅନୁଭବଙ୍କ ଅନେକ ସୁପରହିଟ୍ ସିନେମାରେ ଗୀତ ଗାଇଛନ୍ତି ହ୍ୟୁମାନ । ଫିଲ୍ମ କର୍ମରେ ହ୍ୟୁମାନ ଗାଇଥିବା ଚିରିଂ ଚିରିଂ ଗୀତ ଯୁବପିଢ଼ିଙ୍କ ମନକୁ ବେଶ୍ ଜିଣିଥିଲା । ସେହିଭଳି ଫିଲ୍ମ ‘ଚାରିଧାମ’ରେ ହ୍ୟୁମାନଙ୍କ ଶେଷ ଗୀତ ‘ଚାଲ୍ ରାତିରେ ଆମେ ମାଲ୍ ପିଇ କେରକେରା ହେବା’ ବଡ଼ ହିଟ୍ ଦେଇଥିଲା ସଂଗୀତ ଜଗତକୁ ।
Salia Sahi Eviction Drive: ସାଲିଆ ସାହିରେ ଉଚ୍ଛେଦ ବେଳେ ହାଇଡ୍ରାମା, ବୁଲଡୋଜର ଆଗରେ ଶୋଇ ଧାରଣା ଦେଲେ

Tara–Rabi Reunion: ଦୁଇ ପୁରୁଣା ବନ୍ଧୁ ତାରା ଓ ରବି ଏକାଠି; ଭୁଲିଲେ ରାଜନୈତିକ ଶତ୍ରୁତା

The Rise and Fall of Human’s Film Career: ଅରିନ୍ଦମଙ୍କ ଫିଲ୍ମରୁ ହ୍ୟୁମାନଙ୍କ କ୍ୟାରିୟର ଆରମ୍ଭ, ଅନୁଭବଙ୍କ ଫିଲ୍ମରେ ଶେଷ

Roadside Crushers Destroying Agriculture: ସରକାରୀ ନିୟମକୁ ଫୁ, ରାସ୍ତାକଡରେ କ୍ରସର..ଉଜୁଡି ଯାଉଛି ଚାଷ

Shocking Viral Clip: ଭାଇରାଲ୍ ଭିଡ଼ିଓ, ଏମିତି ବାପାକୁ କ'ଣ କହିବେ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)