Advertisment

Odisha Murder Case: ଫିଲ୍ମ ଷ୍ଟାଲରେ ମର୍ଡର, କିଡନାପ ପରେ ୭ ବର୍ଷର ପୁଅକୁ ଗଳାକାଟି ହତ୍ୟା

ସକାଳ ସୁଦ୍ଧା ଟଙ୍କା ନଦେଲେ ରୁଷିକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ଏ ସଂପର୍କରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣେଇଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଥିଲା ।

author-image
Tanmay Kumar Mahalik
Muniguda Child Kidnap and Murder

Muniguda Child Kidnap and Murder Photograph: (OTV)

ସାତ ବର୍ଷର ପୁଅକୁ ଖିନଭିନ କରି ହତ୍ୟା । ଫିଲ୍ମ ଷ୍ଟାଇଲରେ ଅପହରଣ, ପରେ ମର୍ଡର । କିଡନାପ ପରେ କିଡନାପର ମାଗିଥିଲା ୪ ଲକ୍ଷ ଟଙ୍କା । କହିଥିଲା, ପୋଲିସକୁ କହିଲେ ପରିଣତି ହେବ ଭୟଙ୍କର।

Advertisment

ଏପରି ଏକ ଜଘନ୍ୟ ଏବଂ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଳା ବିଷମକଟକ ଥାନା ଚାଟିକଣା ଷ୍ଟେସନ ସାହିରେ । ହତ୍ୟାର ଶିକାର ହୋଇଛି ଜଣେ ନିଷ୍ପାପ ୭ ବର୍ଷର ନାବାଳକ ।  ସେହି ଗାଁର ପୁରୁଷୋତ୍ତମ ଗନ୍ତାୟତଙ୍କ ବଡ଼ ପୁଅକୁ ଗଳାକାଟି ହତ୍ୟା କରାଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ନାବାଳକ ଋଷିଙ୍କ ମାମୁଙ୍କ ମୋବାଇଲକୁ ଅଜଣା ନମ୍ବରରୁ ମେସେଜ ଆସିଥିଲା । ରୁଷିକୁ ସେମାନେ ଅପହରଣ କରିଥିବା ମେସେଜରେ ଲେଖାଥିଲା ।

Advertisment

ତା’ ସହ ୪ ଲକ୍ଷ ଟଙ୍କା ଦାବି କରିଥିଲା କିଡନାପର । ସକାଳ ସୁଦ୍ଧା ଟଙ୍କା ନଦେଲେ ରୁଷିକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ଏ ସଂପର୍କରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣେଇଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଥିଲା ।

ପରେ ଋଷିର ମାମୁଁ ଏନେଇ ଋଷିର ବାପାକୁ ଜଣାଇଥିଲେ । ଆଉ ପୋଲିସକୁ ନଜଣାଇ ପରିବାର ପିଲାକୁ ଖୋଜାଖୋଜି କରିଥିଲା । ଶେଷରେ ତାଙ୍କ ପୁରୁଣା ଘର ପଛପଟୁ ନାବଳକର ଗଳାକଟା ମୃତଦେହ ପାଇଥିଲା ପରିବାର ।

ନାବାଳକକୁ କେହି ଗଳାକାଟି ହତ୍ୟ କରିବା ପରେ ଏକ ବସ୍ତାରେ ପୂରାଇ ଫିଙ୍ଗି ଦେଇଥିବା ଜଣାପଡିଛି । ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

Odisha Crime Kidnapped Child Murder
Advertisment
Related Articles
Advertisment