Advertisment

Vigilance Raid: ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିନ୍ସ, ଖୋଜୁଛି ସଂପତ୍ତି ତାଲିକା

ଭିଜିଲାନ୍ସ ବିଭାଗର ୭ଟି ଟିମ୍ ଯନ୍ତ୍ରୀ ପ୍ରମୋଦ ବାବୁଙ୍କ ଅଫିସ ସମେତ ୭ଟି ସ୍ଥାନରେ ପହଞ୍ଚିଥିଲେ । ଅଫିସ, ଘର ଓ ସଂପର୍କୀୟଙ୍କ ଘର ସାମ୍ନାରେ ଲାଗିଥିଲା ଭିଜିଲାନ୍ସ ବାବୁଙ୍କ ଗାଡ଼ି ।

author-image
Tanmay Kumar Mahalik
Kendrapara Vigilance Raid

Kendrapara Vigilance Raid Photograph: (OTV)

ବାବୁଙ୍କର ସଉକ ନୂଆ ନୂଆ ଘର ! ଭୁବନେଶ୍ବର ବାଲିଅନ୍ତାରେ ୪ ମହଲା କୋଠା । ଚୌଦ୍ବାରରେ ରହିଛି ୨ ମହଲା ଘର । କୋଟି କୋଟି ଟଙ୍କାରେ ତିଆରି ହୋଇଛି ଏହି ବିଲ୍ଠଂ । ଆହୁରି କିଛି ସ୍ଥାନରେ ଏମିତି ଘର ଥିବା ନେଇ ସନ୍ଦେହ କରୁଛନ୍ତି ଭିଜିଲନ୍ସ ଅଧିକାରୀ ।

Advertisment

ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଯନ୍ତ୍ରୀ । କେନ୍ଦ୍ରାପଡ଼ା ଡେରାବିଶ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଅଫିସରୁ ଆରମ୍ଭ କରି ନିଜ ବାସ ଭବନ, ପୈତୃକ ଘର, ଓ ସମ୍ପର୍କୀୟଙ୍କ ଠିକଣା ଯାଏଁ ତନ ତନ ଯାଞ୍ଚ କରୁଛନ୍ତି ଭିଜିଲାନ୍ସଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି । 

ସକାଳୁ ସକାଳୁ ଭିଜିଲାନ୍ସ ବିଭାଗର ୭ଟି ଟିମ୍ ଯନ୍ତ୍ରୀ ପ୍ରମୋଦ ବାବୁଙ୍କ ଅଫିସ ସମେତ ୭ଟି ସ୍ଥାନରେ ପହଞ୍ଚିଥିଲେ । ଅଫିସ, ଘର ଓ ସଂପର୍କୀୟଙ୍କ ଘର ସାମ୍ନାରେ ଲାଗିଥିଲା ଭିଜିଲାନ୍ସ ବାବୁଙ୍କ ଗାଡ଼ି ।

Advertisment

ଆଉ ତା’ ପରେ ଆରମ୍ଭ ହୋଇଥଲା ତନ ତନ ଯାଞ୍ଚ ।  ଯେପରିକି କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ୱରରେ ଏକ କାଳୀନ ଚଢ଼ାଉ କରିଥିଲେ ଭିଜିଲାନ୍ସର ଅଧିକାରୀ ।

ଏଯାଏଁ ଚଢ଼ାଉ ଜାରି ରହିଥିବାବେଳେ ଏବେ ସୁଦ୍ଧା ଭୁବନେଶ୍ବରର ବାଲିଅନ୍ତାରେ ୪ ମହଲା ଘର, କଟକ ଚୌଦ୍ବାର ବୈଷ୍ଣବବିହାରରେ ଦୁଇ ମହଲା ଘର ଥିବା ଜଣାପଡ଼ିଛି । ତା’ ସହ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ହେଲେ ଏବେ ସୁଦ୍ଧା ବାବୁଙ୍କ ସମ୍ପୂର୍ଣ୍ଣ ସଂପତ୍ତି ତାଲିକା ଭିଜିଲାନ୍ସ ଅଧିକାରୀ ଚୂଡ଼ାନ୍ତ କରିନାହାନ୍ତି । । 

ଯନ୍ତ୍ରୀ ପ୍ରମୋଦ ରାୟଙ୍କ ସମ୍ପତ୍ତି ତାଲିକା ଖୋଜୁଛନ୍ତି ୨୦ ଜଣ ଭିଜିଲାନ୍ସ ଅଧିକାରୀ । ଏହି ରେଡରେ ୨ ଜଣ ଅତିରିକ୍ତ ଏସ୍ପି, ୯ ଜଣ DSP, ୯ ଜଣ ଇନ୍ସପେକ୍ଟର ଏବଂ ୪ଜଣ ASI ସାମିଲ ଅଛନ୍ତି । ତେବେ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ପତ୍ତି ଏବେ ସୁଦ୍ଧା ଆକଳନ ଶେଷ ହୋଇନାହିଁ । 

Odisha Vigilance Raids Vigilance Raid Vigilance Raids Engineer In Vigilance Radar Vigilance
Advertisment
Related Articles
Advertisment