/odishatv-khabar/media/media_files/2026/01/04/usa-venezuela-2026-01-04-09-55-52.jpg)
USA-Venezuela Photograph: (OTV)
ଏବେ ଆମେରିକା କବଜାରେ ଭେନେଜୁଏଲା। ଭେନେଜୁଏଲାକୁ ଚଳାଇବ US। ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ ପରେ ପ୍ରଥମ ସମ୍ବୋଧନରେ ଏଭଳି ବଡ଼ ବୟାନ୍ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଭେନେଜୁଏଲା ଏବେ ଆମ ନିୟନ୍ତ୍ରଣରେ ରହିଛି । ଆମେ ଭେନେଜୁଏଲାକୁ ଚଳାଇବୁ।
ଭେନେଜୁଏଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସର୍ବାଙ୍ଗୀନ ଉନ୍ନତି ସହ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିବୁ। ଆମେରିକାର ତୈଳ କଂପାନୀ ଏବେ ଭେନେଜୁଏଲା ଯିବ। ଟ୍ରମ୍ପ କହିଛନ୍ତି, ଭେନେଜୁଏଲାର ଏକଛତ୍ରବାଦୀ ନେତା ଥିଲେ ନିକୋଲାସ ମାଦୁରୋ। ଉଭୟ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଆମେରିକା।
ଆମେରିକୀୟ କୋର୍ଟରେ ଦୁହିଁଙ୍କ ବିରୋଧରେ ମାମଲା ଚାଲିବ। ଏକଛତ୍ରବାଦୀ ମାଦୁରୋଙ୍କୁ ହଟାଇବାକୁ ଆମେରିକା ଏହି ଅପରେସନ୍ କରିଥିଲା। ଆମ ସୈନ୍ୟ ସଫଳ ଅପରେସନ କରିଛନ୍ତି । ସେ ଆହୁରି କହିଛନ୍ତି, ଆମେ ଯାହା କରି ଦେଖାଇଲୁ ତାହା ଅନ୍ୟ କୌଣସି ଦେଶ କରି ପାରିବେନି। ନାର୍କୋ ଟେରରିଜିମର କିଙ୍ଗପିନ୍ ଥିଲେ ମାଦୁରୋ ।
ସମୁଦ୍ର ପଥରେ ଆସୁଥିବା ୯୭% ଡ୍ରଗ୍ସକୁ ନଷ୍ଟ କରାଯାଇପାରିଛି । ସେପଟେ ଆମେରିକା ଆକ୍ରମଣକୁ ଋଷ, ଇରାନ ସମେତ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି । ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବଳପୂର୍ବକ ଦେଶରୁ ହଟାଇ ଗିରଫ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ଋଷ୍ । ଆମେରିକା ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଥିବାରୁ ଏହାକୁ ଜାତିସଂଘ ବିରୋଧ କରିବାକୁ ଦାବି ହୋଇଛି ।
ଆମେ ଭେନେଜୁଏଲାକୁ ଚଳାଇବୁ: ଟ୍ରମ୍ପ୍
ଏୟାରଷ୍ଟ୍ରାଇକ୍ ପରେ ଟ୍ରମ୍ପଙ୍କ୍ ବଡ଼ ବୟାନ
ଏବେ ଆମେରିକା କବଜାରେ ଭେନେଜୁଏଲା: ଟ୍ରମ୍ପ୍
`ଭେନେଜୁଏଲାକୁ ଚଳାଇବ ଆମେରିକା'
`ଭେନେଜୁଏଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ କାମ କରିବୁ'
`ଆମେରିକାର ତୈଳ କଂପାନୀ ଏବେ ଭେନେଜୁଏଲା ଯିବ'
`ଆମେ ଯାହା କରି ଦେଖାଇଲୁ ତାହା କୌଣସି ଦେଶ କରି ପାରିବେନି'
`ଭେନେଜୁଏଲାର ଏକଛତ୍ରବାଦୀ ନେତା ଥିଲେ ମାଦୁରୋ'
`ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଆମେରିକା'
`ଆମେରିକୀୟ କୋର୍ଟରେ ଦୁହିଁଙ୍କ ବିରୋଧରେ ମାମଲା ଚାଲିବ'
`ନାର୍କୋ ଟେରରିଜିମର କିଙ୍ଗପିନ୍ ଥିଲେ ମାଦୁରୋ'
`ସମୁଦ୍ର ପଥରେ ଆସୁଥିବା ୯୭% ଡ୍ରଗ୍ସକୁ ନଷ୍ଟ କରାଯାଇପାରିଛି'
Major Explosion at Stone Quarry: ପଥର ଖଣିରେ ବଡ଼ ବିସ୍ଫୋରଣ, ଏକାଧିକ ମୃତ

Daily Horoscope 4th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 4th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

OMC Achieves Robust Growth: ଲୁହା ପଥର ଉତ୍ପାଦନରେ ଓଏମସି ନୂତନ ସର୍ବକାଳୀନ ରେକର୍ଡ ଦିଗରେ ଅଗ୍ରସର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)