/odishatv-khabar/media/media_files/2026/02/28/ganja-seized-2026-02-28-09-18-58.jpg)
Ganja Seized Photograph: (OTV)
ଦୁଇ ଦିନରେ ୩୦ କୋଟି ଟଙ୍କାର ଗଞ୍ଜେଇ ଜବତ କଲା କନ୍ଧମାଳ ପୋଲିସ। ଜିଲ୍ଲାର ୫ଟି ଥାନା ଅଞ୍ଚଳରୁ ପୋଲିସ ପ୍ରାୟ ୨ ହଜାର ୧୫୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ବାଲିଗୁଡ଼ା ପୋଲିସ କହିଛି।
ଫୁଲବାଣୀ ସଦର ଥାନା ଅଞ୍ଚଳରୁ ୧୦ ହଜାର କିଲୋ, ଗୋଛାପଡା ଥାନା ଅଞ୍ଚଳରୁ ସାଢେ ୪ ହଜାର କିଲୋ, ବାଲିଗୁଡ଼ା ଥାନା ଅଞ୍ଚଳରୁ ଅଢେଇ ହଜାର କିଲୋ, ଫିରିଙ୍ଗିଆରୁ ଅଢେଇ ହଜାର କେଜି ଏବଂ କେ ନୂଆଗାଁ ଥାନା ଅଞ୍ଚଳରୁ ୨ ହଜାର କେଜି ଗଞ୍ଜେଇ ଜବତ କରାଯାଇଛି।
ତେବେ ଏହି ସବୁ ଗଞ୍ଜେଇ କେଉଁମାନେ ଜଙ୍ଗଲରେ ଲୁଚାଇ ରଖିଥିଲେ ସେ ନେଇଁ ତଦନ୍ତ ଜାରି ରହିଛି। ଗତ ଜାନୁଆରୀରୁ ବର୍ତମାନ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ମୋଟ ୨୬ ହଜାର ୭୯୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇ ୭୪ ଜଣଙ୍କୁ ଗିରଫ କରାଯାଇଛି।
ଗିରଫଙ୍କ ମଧ୍ୟରେ ୧୧ଜଣ ମହିଳା ଅଛନ୍ତି ଏବଂ ୨୫ଟି ଗାଡ଼ି ଜବତ କରାଯାଇଛି। ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏହି ଗଞ୍ଜେଇ ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ବାଲିଗୁଡ଼ା SDPO ସୂଚନା ଦେଇଛନ୍ତି।
Food Poisoning Suspected: ଭୋଜି ଖାଇ ଫୁଡ ପଏଜନିଂ! ୨୫ରୁ ଅଧିକ ଅସୁସ୍ଥ

Illegal Child Transfer at Ashram: ଆଶ୍ରମରୁ ବେଆଇନ ଶିଶୁ ହସ୍ତାନ୍ତର! ପୋଲିସର ତନାଘନା ଆରମ୍ଭ

Daily Horoscope 28th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Why People Go Toilet After Meals: ଆପଣ ଖାଇସାରିବା ପରେ ଲାଟିନ୍ ଦୌଡୁଛନ୍ତି କି… ହୋଇପାରେ ସାଙ୍ଘାତିକ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)