Advertisment

Food Poisoning Suspected: ଭୋଜି ଖାଇ ଫୁଡ ପଏଜନିଂ! ୨୫ରୁ ଅଧିକ ଅସୁସ୍ଥ

ବିବାହ ଭୋଜି ଖାଇ ୨୫ରୁ ଅଧିକ ଅସୁସ୍ଥ। ଅନୁଗୁଳ ଜରପଡ଼ା ଅଂଚଳ ଘଟଣା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଅସୁସ୍ଥ ଭର୍ତ୍ତି। ଅନ୍ୟ ଅସୁସ୍ଥଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା।

author-image
Chinmayee Sahoo
Food Poison

Food Poison Photograph: (OTV)

ବାହାଘର ଭୋଜି ଖାଇ ୨୫ରୁ ଅଧିକ ଅସୁସ୍ଥ। ଅନୁଗୁଳରେ ବାହାଘର ଭୋଜି ଖାଇ ୨୫ରୁ ଅଧିକ ଲୋକ ଅସୁସ୍ଥ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୦ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ଆଉ କିଛି ଲୋକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

Advertisment

ଜରପଡା ଥାନା ତୁବେ ଗାଁରେ ବୁଧବାର ଦିନ ଏକ ବାହାଘର ଭୋଜି ଖାଇବା ପରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ୧୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କହିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। 

ବାହାଘର ଭୋଜି ଖାଇବା ପରେ ଗୁରୁତର ହେବାରୁ ସେମାନେ ଚିକିତ୍ସା ପାଇଁ ଆସିଥିବା ଜଣାଇଛନ୍ତି। ଫୁଡ୍ ପଏଜନିଂ ଯୋଗୁଁ ଏମାନେ ଆକ୍ରାନ୍ତ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି। ଫୁଡ ପଏଜନିଂର କାରଣ ଜାଣିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ ଭୋଜି ହୋଇଥିବା ସ୍ଥାନକୁ ଯାଇ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

Advertisment

Angul
Advertisment
Related Articles
Advertisment