/odishatv-khabar/media/media_files/2025/11/07/bande_mataram-2025-11-07-12-13-35.jpg)
BANDE_MATARAM Photograph: (OTV)
ବନ୍ଦେ ମାତରମକୁ ୧୫୦ ବର୍ଷ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ବାରା ଲିଖିତ ସର୍ବ ଗ୍ରହଣୀୟ ଜାତୀୟ ଗୀତକୁ ଆଜି ଦେଢ ଶହ ବର୍ଷ ପୂରିଛି। ପୂର୍ତ୍ତି ଉତ୍ସବକୁ ଉତ୍ସାହର ସହ ପାଳୁଛି ସାରା ଦେଶ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୫୦ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଦିଲ୍ଲୀ ଇନ୍ଦିରା ଗାନ୍ଧି ଇନଡୋର୍ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ମାରକୀ ଷ୍ଟାମ୍ପ ଓ ମୁଦ୍ରାର ଉନ୍ମୋଚନ କରିଛନ୍ତି।
ଓଡ଼ିଶାରେ ଭୁବନେଶ୍ବର ସମେତ କେନ୍ଦୁଝର, ବାଲେଶ୍ବର, ବ୍ରହ୍ମପୁର ଓ ରାଉରକେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବନ୍ଦେ ମାତରମକୁ ଗାନ କରିଛନ୍ତି । ଏହି ଅବସରରରେ କଟକ ଏନସିସି ଗ୍ରୁପ୍ ହେଡ଼କ୍ୱାର୍ଟର୍ସରେ ଅଭିନବ ହେରିଟେଜ୍ ଓଆକ୍ ଆୟୋଜନ କରାଯାଇଛି।
'ବନ୍ଦେ ମାତରମ'କୁ ପୂରିଲା ୧୫୦ ବର୍ଷ
ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ବାରା ଲିଖିତ 'ବନ୍ଦେ ମାତରମ'
୧୫୦ ବର୍ଷ ପୂର୍ତ୍ତିକୁ ଦେଶର ୧୫୦ ସ୍ଥାନରେ ପାଳନ କରାଯାଉଛି
୧୫୦ଟି ସ୍ଥାନରେ ହେଉଛି ସାମୁହିକ ବନ୍ଦେ ମାତରମ୍ ଗାନ
ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ବର ସମେତ ୫ଟି ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଲୋକସେବା ଭବନରେ ବନ୍ଦେ ମାତରମ୍ ଗାନ କଲେ ସିଏମ୍
କଟକରେ ଏନସିସି ଗ୍ରୁପ୍ ହେଡକ୍ୱାର୍ଟର୍ସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)