/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725004715.jpg)
malai prawn
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରେଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ମଲାଇ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା
ଆବଶ୍ୟକ ସାମଗ୍ରୀ:
ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଲଙ୍କା, ନଡ଼ିଆ କ୍ଷୀର, ରାଇପେଷ୍ଟ, ହଳଦୀ, ଲୁଣ ଓ ସୋରିଷ ତେଲ
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଓ ପିଆଜ ପକାନ୍ତୁ।
ପିଆଜ ଭଲ ଭାବେ ଭାଜି ହୋଇଗଲେ ରସୁଣ, ଲଙ୍କା ଓ ପିଆଜ ପେଷ୍ଟକୁ ପକାଇ ୪ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
ଏହା ପରେ ରାଇପେଷ୍ଟ, ଆବଶ୍ୟକ ଅନୁସାରେ ହଳଦୀ ଓ ଲୁଣ ଦେଇ କମ୍ ଆଞ୍ଚରେ କିଛି ସମୟ କଷନ୍ତୁ।
ମସଲା କଷି ହୋଇଯିବା ପରେ ସେଥିରେ ନଡ଼ିଆ କ୍ଷୀର ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।
ଏବେ ଚିଙ୍ଗୁଡିକୁ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଘୋଡ଼ାଇ ଦିଅନ୍ତୁ।
୧୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚିଙ୍ଗୁଡ଼ି ମଲାଇ।
ଏବେ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ମଲାଇ’ । ଏହାକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍ ପୋସ୍ତ'
Today Panchang 7th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 7th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Mauritius Man’s Emotional Journey: ଯାଜପୁର ମାଟି ଗଲା ମରିସସ୍ , ଫେରିଗଲେ ରାମରୂପ

Ghost Buildings: ଅଳିଆରେ ପଡ଼ିଛି ଦୁଇ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)