/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726217297.jpg)
ilish fish recipe
ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। । କିନ୍ତୁ ମାଛର ଦେଶୀ ରେସିପି ବେଶୀ ସୁଆଦିଆ ହୋଇଥାଏ । ଆଜି ଆମେ ଇଲିସି ମାଛର ଏକ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା ଇଲିସି ମାଛ ବେସର। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।..
ଆବଶ୍ୟକ ସାମଗ୍ରୀ:
ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କ।, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।
କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ।
ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ।
ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ।
ଏହାପରେ ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।
ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ।
ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ।
ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।
ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ବେସର। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ ଅତିଥି ଆସିଲେ ଭାକୁର ମାଛ ପୋସ୍ତର ରେସିପି ବନେଇ ପରଷନ୍ତୁ ।
Suspicious Death: ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ , କ୍ୟାମ୍ପସରେ ଉତ୍ତେଜନା

Odias Celebrate Chadakhai: ଆଜି ଅସଲ ଛାଡ଼ଖାଇ, ମାଛ ମାଂସ କିଣିବାକୁ ନାହିଁନଥିବା ଭିଡ଼

Today Panchang 7th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 7th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)