/odishatv-khabar/media/media_files/2025/10/04/cough-syrup-2025-10-04-20-56-49.jpg)
COUGH-SYRUP Photograph: (OTV)
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବ୍ୟାନ ଡାଏଥିଲିନ୍ ଗ୍ଲାଇକଲ୍ କଂପୋଜିସନ ମେଡିସିନର ଓଡ଼ିଶାରେ ଆଦୌ ସପ୍ଲାଇ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ୍ ଶିଶୁରୋଗ ମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଏହାର ବ୍ୟବହାର କେତେ ଘାତକ ତାହା ବୁଝାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ତେଣେ ଡ୍ରଗସ୍ କଣ୍ଟ୍ରୋଲରଙ୍କ ଆଶ୍ବସ୍ତିବାଣୀ ରାଜ୍ୟକୁ ସେହି କଫ୍ ସିରଫରୁ ଅଳ୍ପ କିଛି ବରଗଡ଼କୁ ଆସଥିଲେ ବି ଏହା ଅନ୍ୟ କୌଣସି ସ୍ଥାନକୁ ବିତରଣ ହୋଇନି।...
ଦୁଇ ବର୍ଷରୁ କମ୍ ପିଲାଙ୍କୁ ଦିଅନି କଫ୍ ସିରପ୍ । ଶିଶୁଙ୍କୁ ଘାତକ ସାଜିପାରେ କାଶ ଔଷଧ । ହଠାତ୍ ଅକାମୀ ହୋଇ ଯାଉଛି କୁନି ପିଲାଙ୍କ କିଡନୀ । କଫ୍ ସିରପ୍ ଖାଇ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୧୧ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ହଇଚଇ। ଥଣ୍ଡା-କାଶ ଓ ଜ୍ବର ପାଇଁ କୋଲଡ୍ରିଫ୍ ଏବଂ ନେକ୍ସଟ୍ରୋ-ଡିଏସ୍ ନାମକ କଂପାନୀର କଫ ସିରପ୍ ଦିଆଯିବାରୁ ଶିଶୁମାନଙ୍କର ମୃତ୍ୟୁ ଘଟିଥିବା ସଂଗୀନ ଅଭିଯୋଗ ଆସିବା ପରେ ଏବେ ଉଭୟ ରାଜ୍ୟରେ ଏହାକୁ ବ୍ୟାନ୍ କରାଯାଇଛି।
କାରଣ ସେଥିରେ ଥିବା ଡାଏଥିଲିନ୍ ଗ୍ଲାଇକଲ୍ ଶିଶୁଙ୍କ କିଡନୀ ଉପରେ ସିଧା ପ୍ରଭାବ ପକାଉଥିବାରୁ ଘାରିଛି ଭୟ। ୟାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ବି ତତକାଳ ସବୁ ରାଜ୍ୟଙ୍କ ପାଇଁ ଜାରି କରିଛି ଆଡଭାଇଜରି। ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି- ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ଆଦୌ ଦେବା ଉଚିତ ନୁହେଁ। ପାଞ୍ଚ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ବି ଏଭଳି ଔଷଧ ଗ୍ରହଣୀୟ ନୁହେଁ। ତେଣେ କେନ୍ଦ୍ରର ଏ ଆଡଭାଇଜରି ପରେ ଓଡ଼ିଶାରେ ଛନକା। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବ୍ୟାନ୍ କଫ୍ ସିରପ୍ ଓଡ଼ିଶାକୁ ଆସିନି ତ ?
ଯଦି ଆସିଛି କେଉଁଠି ବିକ୍ରି ହେଉଛି ? ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲରଙ୍କ ସୂଚନା ଅନୁସାରେ- ବ୍ୟବହାର ଅନୁପଯୁକ୍ତ ଉକ୍ତ ମେଡିସିନ୍ କର୍ଣ୍ଣାଟକର କାଞ୍ଚିପୁରମ୍ ରୁ ସପ୍ଲାଇ ହୋଇଥିଲା। ରାଜସ୍ଥାନ, ପୁଡୁଚେରି ଓ ମଧ୍ୟପ୍ରଦେଶ ସହ ଓଡ଼ିଶାକୁ ବି ଆସିଛି। ତେବେ ମାତ୍ର ୧୩୦ଟି ୟୁନିଟ୍ କଫ୍ ସରିପ୍ କେବଳ ବରଗଡ଼ ଜିଲ୍ଲାକୁ ଆସିଥିବାରୁ ଏହାକୁ ବିତରଣ କରାଯାଇନି।
ତେବେ ଏଠି ପ୍ରଶ୍ନ- ଡାକ୍ତରମାନେ ଆଉ ପିଲାଙ୍କ ପ୍ରେସ୍କିପସନ୍ ରେ କଫ୍ ସିରପ୍ ଲେଖିବେ ତ ? ଯେହେତୁ ଏହା ଏକ ଆଲର୍ଜି ଜନିତ ରୋଗ ଓ ଅତି ସହଜରେ ଶିଶୁଙ୍କୁ ଆକ୍ରାନ୍ତ କରେ, ତେଣୁ ଦୈନିକ ଡାକ୍ତରଙ୍କ ପାଖରେ ହଜାର ହଜାର ସଂଖ୍ୟାରେ ଭିଡ଼ ଲାଗେ। ଏଣେ କ୍ୟାପିଟାଲ୍ ହସ୍ପିଟାଲ ଶିଶୁରୋଗ ବିଭାଗ ମୁଖ୍ୟ କହିଛନ୍ତି- ସାଧାରଣତଃ ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଦିଆଯିବା କଥା ନୁହଁ। କେବଳ ଅତି ଆବଶ୍ୟକ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦିଆଯାଇ ପାରିବ।
ଯେହେତୁ କେନ୍ଦ୍ର ସରକାରଙ୍କ ଆଡଭାଇଜରି ଆସିଛି, ତେଣୁ ତାକୁ ପାଳନ କରୁଛୁ। ତେଣେ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ- ଦୁଇ ରାଜ୍ୟରେ ଶିଶୁ ମୃତ୍ୟୁ ପାଇଁ ଡାଏଥିଲିନ୍ ଗ୍ଲାଇକଲ୍ ଓ ଏଥଲିନ୍ ଗ୍ଲାଇକଲ୍ ଥିବା କଫ୍ ସିରପ୍ କୁ ଦାୟୀ କରାଯାଉଛି। ଯେହେତୁ ଏଥିରେ ଅପମିଶ୍ରଣ ଓ ସଂକ୍ରମଣର ଅଧିକ ଆଶଙ୍କା ଥାଏ ଓ ଏହା ଶିଶୁମାନଙ୍କ କିଡନୀ ଓ ସ୍ନାୟୁଗତ ସମସ୍ୟା ସୃଷ୍ଟି କରେ। ତେଣୁ କଫ୍ ସିରପ୍ କିଣିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ।...
ଯେହେତୁ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶିଶୁଙ୍କ ପାଇଁ ଘାତକ ସାଜିଥିବା କଫ୍ ସିରପ୍ ଓଡ଼ିଶାରେ ଉପଲବ୍ଧ ହେଉନାହିଁ ତେଣୁ ଏହା ରାଜ୍ୟବାସୀଙ୍କ ପାଇଁ ଆଣିଛି ଆଶ୍ବସ୍ତି।...
Chaos at Cuttack Immersion Fest: କଟକ ଭସାଣ ଉତ୍ସବରେ ପଥର ଓ ବୋତଲ ମାଡ଼ ଘଟଣା, ୬ ଜଣ ଆକ୍ରମଣକାରୀଙ୍କୁ ବାନ୍ଧିଲା ପୋଲିସ

Shreemayee Mishra’s New Social Media Attack: ସୋସିଆଲ୍ ମିଡିଆରେ ପୁଣି ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟ, ଏଥର ଟାର୍ଗେଟରେ ନବୀନ-ପାଣ୍ଡିଆନଙ୍କ ସହ ସୁଜାତା !

Planned Scam in SI Recruitment Exposed: SI ପରୀକ୍ଷାର ଯୋଜନାବଦ୍ଧ କେଳେଙ୍କାରୀର ଖୋଲୁଛି ଗୁମର, ପଞ୍ଚସଫ୍ଟ ଭଳି ବଦନାମ୍ କଂପାନିକୁ କେମିତି ମିଳୁଥିଲା କାମ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)