Advertisment

Planned Scam in SI Recruitment Exposed: SI ପରୀକ୍ଷାର ଯୋଜନାବଦ୍ଧ କେଳେଙ୍କାରୀର ଖୋଲୁଛି ଗୁମର, ପଞ୍ଚସଫ୍ଟ ଭଳି ବଦନାମ୍ କଂପାନିକୁ କେମିତି ମିଳୁଥିଲା କାମ ?

ବଦନାମ କମ୍ପାନୀଗୁଡ଼ିକୁ କାମ ଦେଇ ବସିପଡ଼ନ୍ତି। ବାସ୍ ତା’ପରେ ପିଲାଙ୍କ ଜୀବନ ସହ ଖେଳ ଆରମ୍ଭ ହୁଏ। ଏ ମଡେଲ ବହୁ ପୂର୍ବରୁ ଚାଲିଥିଲେ ବି ଏଥିରେ ବ୍ରେକ୍ ଲାଗିପାରୁନି। ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି, କାଦୁଅ ଫୋପଡ଼ା ଫୋପଡ଼ି।

author-image
Tapan Swain
Recruitment Scam

Recruitment Scam Photograph: (OTV)

OPRB ସବ-ଇନସପେକ୍ଟର ବା ଏସଆଇ ଭଳି କିଛି ଗ୍ରୁପ୍-ବି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରେନି। ଟେଣ୍ଡର ମାଧ୍ୟମରେ ସବୁ କାମ ଟେକିଦିଏ ITI Ltd ଭଳି କେନ୍ଦ୍ରୀୟ ସରକାରୀ ନିଗମକୁ। ଆଉ କେନ୍ଦ୍ରୀୟ ନିଗମ ତାକୁ ସିଲିକନ୍ ଟେକଲାବ୍ ଭଳି ଘରୋଇ କମ୍ପାନୀ ଓ ତା’ ପରେ ସିଲିକନ୍ ପଞ୍ଚସଫ୍ଟ ଭଳି ବଦନାମ କମ୍ପାନୀଗୁଡ଼ିକୁ କାମ ଦେଇ ବସିପଡ଼ନ୍ତି।

Advertisment

ବାସ୍ ତା’ପରେ ପିଲାଙ୍କ ଜୀବନ ସହ ଖେଳ ଆରମ୍ଭ ହୁଏ। ଏ ମଡେଲ ବହୁ ପୂର୍ବରୁ ଚାଲିଥିଲେ ବି ଏଥିରେ ବ୍ରେକ୍ ଲାଗିପାରୁନି। ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି, କାଦୁଅ ଫୋପଡ଼ା ଫୋପଡ଼ି।... 
ରାଜ୍ୟର ସବୁଠୁ ବଡ଼ ନିଯୁକ୍ତି ସ୍କାମ୍ । ଥାକ ଥାକରେ ଯୋଜନାବଦ୍ଧ କେଳେଙ୍କାରୀ! ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳ ।
ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ 933ଟି ସବ୍-ଇନସପେକ୍ଟର ପଦ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା, ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ପର୍ଯ୍ୟନ୍ତ ସମସ୍ତ କାମକୁ ଟେକିଦେଇଥିଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ- ITI Ltdକୁ। ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି କେନ୍ଦ୍ରୀୟ ନିଗମ-ITI Ltd 3 କୋଟି ଟଙ୍କାରେ ଏହି ଟେଣ୍ଡର ପାଇଥିଲା। OPRBର ଟେଣ୍ଡରର କିଛି ସର୍ତ୍ତ ହିଁ ଏମିତି ଦର୍ଶାଉଛି ।

ଏଥିରେ କୁହାଯାଇଛି- ଆମର System Implementation Partner- SIP ଦରକାର। (Point-4) – ଯେଉଁ ସଂସ୍ଥା ଏ କାମ ପାଇବ ସେ କୋଶ୍ଚିନ୍ ବ୍ୟାଙ୍କ୍ ତିଆରି କରିବ। ପ୍ରଶ୍ନପତ୍ର ଓ ଉତ୍ତର ଦେବା ପାଇଁ ତିଆରି OMR-Optical Mark Recognition ସିଟ୍ ତିଆରି କରିବ।(Point-5) – 30ଟି ଜିଲ୍ଲାରେ ଅଫଲାଇନରେ OMR-based ଲିଖିତ ପରୀକ୍ଷା କରିବ। ପରୀକ୍ଷା ପ୍ରକ୍ରିୟାର ସିସିଟିଭି ଫୁଟେଜ ବି ରଖିବ। (Point-6): ପରୀକ୍ଷାର ମାର୍କିଂ ଓ ଫଳାଫଳ, ଡକୁମେଣ୍ଟ ଭେରିଫିକେସନ୍ ସବୁ କରିବ।

Advertisment

ଏଭଳି ପ୍ରକ୍ରିୟାରେ ITI Ltd କାମ ପାଇଯିବା ପରେ ଭୁବନେଶ୍ବର ପଟିଆର ଡିଏଲଏଫ୍ ବିଲଡିଂରେ ଥିବା SILICON TECHLAB PRIVATE LIMITEDକୁ ଦେଇଦେଲା। ଯାହାର ନିର୍ଦ୍ଦେଶକ ଭିତରେ ଅଛନ୍ତି- ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ବତୀ ମିଶ୍ର ଓ ଶ୍ରୀନିବାସ ଭେଙ୍କଟରମଣା ଏରାଙ୍କି। କଥା ସେତିକିରେ ଅଟକିଲା ନାହିଁ।

SILICON TECHLAB PRIVATE LIMITED ସବ୍କଣ୍ଟ୍ରାକ୍ଟରେ ପରୀକ୍ଷା ପରିଚାଳନାର ଅନେକ କାମକୁ ଭୁବନେଶ୍ବର ପଟିଆ ଡିଏଲଏଫରେ ଥିବା ଆଉ ଏକ ସଫଟଓ୍ବେୟର ସଂସ୍ଥା- PANCHSOFT TECHNOLOGIES PRIVATE LIMITEDକୁ ଦେଇଦେଲା। ଯାହାର ନିର୍ଦ୍ଦେଶକ ଅଛନ୍ତି- ଶଙ୍କର ପୃଷ୍ଟି ଓ ଦୀପ୍ତିମୟୀ ସାହୁ। ଶଙ୍କରଙ୍କର ପୂର୍ବରୁ ଜେଲ ଯିବା ଭଳି ଅତ୍ୟନ୍ତ ବିବାଦୀୟ ଅପରାଧିକ ରେକର୍ଡ ଥିଲେ ବି ବସ୍ତୁତଃ କାମ ପାଇବାରେ ଅସୁବିଧା ହେଲାନି। ଆଉ ଏସବୁ OPRBର ଅଧ୍ୟକ୍ଷ ସୁଶାନ୍ତ ନାଥ ଜାଣିଥିଲେ କି ନାହିଁ, ଯଦି ଜାଣିଥିଲେ କେମିତି ଚୁପ୍ ବସିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।....

ପୂରା ଘଟଣାକୁ ନେଇ ତେଜିଛି ରାଜନୀତି। ସିବିଆଇ ତଦନ୍ତ ଦାବି କରି ବିଜେଡି 6 ତାରିଖ ଦିନ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଦଳ ଅଭିଯୋଗ କରିଛି ଗୃହ ସଚିବଙ୍କ ସହ ଓପିଆରବି ଅଧ୍ୟକ୍ଷକଙ୍କୁ ତଦନ୍ତ ପରିସରକୁ ନିଆଯାଉ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ନେତାଙ୍କୁ ଖସେଇବାକୁ ଚେଷ୍ଟା ଚାଲିଥିବା କହି କଂଗ୍ରେସ ବର୍ଷିବା ସହ ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଜବାବରେ ବିଜେଡିର ଆନ୍ଦୋଳନକୁ ଚୋର୍ ମଚାଏ ସୋର୍ ବୋଲି କହି କଡ଼ା କଟାକ୍ଷ କରିଛି ବିଜେପି। ଦୋଷୀ ଯିଏ ବି ଥାଉ ଜେଲ୍ ଯିବା ଥୟ ବୋଲି କହିଛି ଦଳ।...

Scam Odisha Police SI Exam
Advertisment
Related Articles
Advertisment