/odishatv-khabar/media/media_files/2025/10/04/cuttack-bhasani-2025-10-04-20-44-09.jpg)
CUTTACK-BHASANI Photograph: (OTV)
କଟକରେ ଭସାଣ ଉତ୍ସବ ବେଳେ ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଲା ଶୋଭାଯାତ୍ରୀକାରୀଙ୍କୁ ଟେକା ଓ ବୋତଲ ମାଡ଼। ଗତକାଲି ବିଳମ୍ବିତ ରାତିର ଏ ଘଟଣା ପରେ ପ୍ରାୟ ୬ ଘଣ୍ଟା ଧରି ଅଟକି ରହିଥିଲା ଭସାଣ ଉତ୍ସବ। ଆଜି ପୋଲିସ ସିସିଟିଭି ପୁଟେଜ୍ ଚେକ୍ କରି ୬ ଆକ୍ରମଣକାରୀଙ୍କୁ ବାନ୍ଧିବାରେ ସଫଳ ପୋଲିସ। ଏବେ ସ୍ଥିତି ସ୍ବାଭାବିକ ହୋଇଥିଲେ ବି ଚାପା ଉତ୍ତେଜନା ପାଇଁ ଏବେ ବି ମୁତୟନ ଅଛନ୍ତି ୨ କମ୍ପାନୀ ଫୋର୍ସ। ଏପଟେ ଗତକାଲିର ଏ ଅପ୍ରୀତିକର ଘଟଣାକୁ ନେଇ ତେଜିଛି ରାଜନୀତି।...
ଭାଇଚାରାର ସହରରେ ଅଭାବନୀୟ ଘଟଣା । ରାତି ଅଧରେ ରଣକ୍ଷେତ୍ର ପାଲଟିଲା ଭସାଣ ଉତ୍ସବ ।
ଗତକାଲି ବିଳମ୍ବିତ ରାତି। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣକୁ ନେଇ ଯେତେବେଳେ କଟକ ସହ ଉତ୍ସବମୁଖର ଥିଲା, ଠିକ୍ ସେତିକି ବେଳେ ଘଟିଲା ଅସ୍ବାଭିବକ ଘଟଣା। ସମୟ ରାତି ପ୍ରାୟ ୨ଟା। ଦେବୀଗଡ଼ା ଅଭିମୁଖେ ଯାଉଥିଲା ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରl। କୁହାଯାଉଛି ଶୋଭାଯାତ୍ରା ବେଳେ ବାଜୁଥିବା ଏକ ଗୀତକୁ ବିରୋଧ କରିଥିଲେ ଦରଘlବଜ଼ାର ଜେଲ ରୋଡ ନିକଟରେ କିଛି ଲୋକ।
ଆଉ ପରେ ପରେ ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ ଶୋଭାଯାତ୍ରାକାରୀଙ୍କ ବର୍ଷିଥିଲା ଟେକା, ଢେଲା ଓ କାଚ ବୋତଲ। ଫଳରେ ଘଟଣାସ୍ଥଳରେ ହିଁ ଆହତ ହୋଇଥିଲେ ୬ ଜଣ l ଏହା ପଛରେ ଆସୁଥିବା ରାଉସାପାଟଣା ମେଢ ଶୋଭଯାତ୍ରାକୁ ବି ପୁଣି ହୋଇଥିଲା ଢେଲା ମାଡ।ଏଥିରେ ଆହତ ହୋଇଥିଲେ ଖୋଦ୍ ଡିସିପି ରିଷିକେଶ ଖିଲାରୀ।
ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ। ତୁରନ୍ତ ଲାଠି ଚାର୍ଜ ପରେ ଛତ୍ରଭଙ୍ଗ ଦେଇଥିଲେ ଆକ୍ରମଣକାରୀ। ଏପଟେ ପ୍ରବଳ ଉତ୍ତେଜନାରୁ ସକାଳ ୮ଟା ଯାଏଁ ପ୍ରାୟ ୬ ଘଣ୍ଟା ଧରି ଅଟକି ରହିଥିଲା ଭସାଣ ଉତ୍ସବ। ପରେ ବୁଝାସୁଝା, ଆଲୋଚନା ଏବଂ ବ୍ୟାପକ ଫୋର୍ସ ମୁତୟନ ପରେ ସ୍ବାଭାବିକ ହୋଇଥିଲା ଭସାଣ।
ଶାନ୍ତି ଓ ସଦଭାବନା ପରିବେଶରେ ପ୍ରତିବର୍ଷ ହେଉଥିବା ଭସାଣ ଉତ୍ସବରେ ଏଥର ଏ ଅସ୍ବାଭାବିକ ଘଟଣା ପଛରେ କିଏ ଏବଂ କେଉଁ ପରିସ୍ଥିତିରେ ଆକ୍ରମଣ ହେଲା, ସେ ନେଇ ଛାନଭିନ୍ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ। ସିସିଟିଭି କ୍ୟାମେରା, ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ତୁରନ୍ତ ୬ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ମୁତୟନ ହୋଇଛି ୨ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ଓ ସିଆରପିଏଫ ବାହିନୀ। ପରିସ୍ଥିତି ଏବେ ଶାନ୍ତ ଓ ଆୟତ୍ତରେ ଥିବା କହିଛନ୍ତି କଟକ ଜିଲ୍ଲାପାଳ।
କଟକରେ ଭସାଣ ଉତ୍ସବରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିଛନ୍ତି। ଏକ୍ସରେ ଲେଖିଛନ୍ତି, ଭାଇଚାରାର ସହରରେ ଏପରି ଅପ୍ରୀତିକର ପରିସ୍ଥିତି ଚିନ୍ତାଜନକ। ସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ଅସହାୟ ବୋଲି ଲେଖିଛନ୍ତି ନବୀନ। ସେହିଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହି ରାଜ୍ୟ ସରକାରଙ୍କୁ ସମାନ ଢଙ୍ଗରେ ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ଭକ୍ତ ଚରଣ ଦାସ। ଏପଟେ ବିରୋଧୀଙ୍କ ଏଭଳି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି।...
Shreemayee Mishra’s New Social Media Attack: ସୋସିଆଲ୍ ମିଡିଆରେ ପୁଣି ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟ, ଏଥର ଟାର୍ଗେଟରେ ନବୀନ-ପାଣ୍ଡିଆନଙ୍କ ସହ ସୁଜାତା !

Planned Scam in SI Recruitment Exposed: SI ପରୀକ୍ଷାର ଯୋଜନାବଦ୍ଧ କେଳେଙ୍କାରୀର ଖୋଲୁଛି ଗୁମର, ପଞ୍ଚସଫ୍ଟ ଭଳି ବଦନାମ୍ କଂପାନିକୁ କେମିତି ମିଳୁଥିଲା କାମ ?

OPRB Under Fire in SI Exam Scandal: SI ପରୀକ୍ଷା ମହାଘୋଟାଲାକୁ ନେଇ କାଠଗଡ଼ାରେ OPRB, ଖୁଲାସାର 4 ଦିନ ପରେ ଆକ୍ସନ୍ ହେବ କହିଲେ ଅଧ୍ୟକ୍ଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)