ସଂକ୍ଷେପରେ ଆଜିର ତାଜା ଖବର - Friday, 14 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Dola Purnima: ଆଜି ଦୋଳ ପୂର୍ଣ୍ଣିମା, ସୁନାବେଶରେ ସଜେଇ ହେବେ ଶ୍ରୀଜୀଉ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । More

Panchang Today 14th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର- ସିଂହ ଦିବା ୧୨.୫୬ ଗତେ କନ୍ୟା। ତିଥି- ପୂର୍ଣ୍ଣିମା ଦିବା ୧୨.୨୪ ଗତେ ପ୍ରତିପଦ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୨.୫୬ ଗତେ ବୃଷ ରାଶିର। More

Raja Chakra EOW Case: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍

ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା । More

Anandbazar mahaprasad: ଆନନ୍ଦବଜାରରେ ଭିଡ଼ କମାଇବାକୁ ଯୋଜନା, ଉତ୍ତର ଦ୍ବାର ବାହାରେ ହୋଇପାରେ ଅନ୍ନଛତ୍ର

ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି। More

Father killed Sons: ଦ୍ବିତୀୟ ବିବାହକୁ ବିରୋଧ, ଜେଜେ ମା’ ସହ ମିଶି ବାପା ସାଜିଲା ହତ୍ୟାକାରୀ

ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ। More

Censorship in jatra: ଯାତ୍ରାରେ ସୀମା ଜଗିବ ସେନ୍ସର, ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ

ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର। ଅଶ୍ଳୀଳତା ବନ୍ଦ କରିବାକୁ ଗଠନ କର ଅପେରା ସେନସର ବୋର୍ଡ। ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ସେପଟେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ। More

Raja Chakra Arrested: 'ଚକ୍ର' ଦୁର୍ନୀତିର ଚକ୍ରବ୍ୟୁହ ଭାଙ୍ଗିଲା, ୮ ଦିନ ପରେ ଗିରଫ କଲା କ୍ରାଇମବ୍ରାଞ୍ଚ

ବର୍ଷ କେଇଟା ଭିତରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ଜରିଆରେ ହକରରୁ ଶ୍ରମିକ ଓ ସାଧାରଣ ମଣିଷଙ୍କ ହକ୍ ହଡ଼ପ କରି ଟଙ୍କାର ପାହାଡ଼ ଠିଆ କରିଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ ପରେ ସୋସାଇଟି ଆଳରେ ସେ କେମିତି କରୁଥିଲେ କୋଟି କୋଟିର ଖେଳ ତାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ୍। More