ସଂକ୍ଷେପରେ ଆଜିର ତାଜା ଖବର - Friday, 27 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପିଆଜ କାଟିଲେ ନୁହେଁ, କିଣିଲେ ଆଖିରୁ ଲୁହ ଝରୁଛି; ସପ୍ତାହେ ତଳେ ୩୦ ଏବେ ୬୦ରୁ ୬୫

ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖାଉଟି । ସପ୍ତାହକ ତଳେ କିଲୋ ଥିଲା ୩୦, ଏବେ ୬୦ରୁ ୬୫ ଟଙ୍କା । More

କାଲି ଗଜଲକ୍ଷ୍ମୀ ପୂଜା ସାଙ୍ଗକୁ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ..

ଶନିବାର ଅପରାହ୍ନ ୪ଟା ୦୫ରୁ ହାଣ୍ଡିଛାଡ଼। ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ। କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ। More

ରାଜ୍ୟ-କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ, କହିଲେ ପାଣ୍ଡିଆନ ସବୁ ଦୁର୍ନୀତିରେ ଲିପ୍ତ

ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର । More

ନବୀନ ନିବାସ ନବୀନ ନୁହେଁ ପାଣ୍ଡିଆନ୍‌ଙ୍କ ପାଇଁ ଭିଡ଼ !

ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ । More

ଜାମ୍ମୁ କାଶ୍ମୀରର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ ରଶ୍ମୀରଞ୍ଜନ

ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂ ଅକଟୋବର ୩୧ରେ ଅବସର ନେଉଛନ୍ତି । More

ବ୍ଳକ କାର୍ଯ୍ୟାଳୟରେ ହାଇଡ୍ରାମା ! ସ୍ତ୍ରୀ-ପିଲାଙ୍କୁ ଧରି ବିଡିଓ ଅଫିସରେ ଆତ୍ମହତ୍ୟା ଧମକ

ପ୍ରାୟ ୩୦ ମିନିଟ୍ ପରେ ବିଷ ବୋତଲ ସହ ଉଦ୍ଧାର କଲା ପୋଲିସ୍ । ଟଙ୍କା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହୋଇଥିବା ଅଭିଯୋଗ । More

ଆଜିଠୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ୍ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ୍ ସଂଖ୍ୟା ବଢ଼ି ୩୭ ହଜାର ୮୦୯ରେ ପହଞ୍ଚିଛି। More

କଳାକାର କଳିର ସମାଧାନ ପାଇଁ ଅପିଲ୍, ବିବାଦ ନ ବଢ଼ାଇବାକୁ ନିବେଦନ କଲେ ବାବୁସାନ୍

ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି । More

ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ । More

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ବେତଡା ବଜାର

କେଉଁ କାରିଗର ରଙ୍ଗ ଦେବାରେ ଲାଗି ପଡ଼ିଛନ୍ତି ତ ପୁଣି କେଉଁ କାରିଗର ମା’ଙ୍କ ମେଢ ସଜାଇବାରେ ବ୍ୟସ୍ତ । କିଏ ଉଚ୍ଚ ତୋରଣ କରିବାରେ ବ୍ୟସ୍ତ ତ ଆଉ କିଏ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ର କରିବାରେ ବ୍ୟସ୍ତ । More

ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ଖଲାସି

ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍‌ ଖେଳିବା । ଟିକିଏ ଫୁରସତ୍‌ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି ।  More

‘ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି’

ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି । More

ପୁଣି କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ, ଧୂଳିପଦର ପଞ୍ଚାୟତରେ ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟ ଶିବିର

ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି। More

ଝିଅ ବାହାଘର ପାଇଁ ରଖିଥିଲେ ସୁନା ଅଳଙ୍କାର, ଜଳିପୋଡ଼ି ସବୁକିଛି ହୋଇଗଲା ପାଉଁଶ...

ନିଆଁ ଲାଗି  ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ବଡ଼ ଝିଅ ବାହାଘର ପାଇଁ ପୂର୍ବରୁ ରଖା ଯାଇଥିବା ସୁନା ଅଳଙ୍କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି । More

Today Panchang 27th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର More

ଆସନ୍ତା ୩୦ରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା । More

ପୁଣି ପଟିଆରେ ଗୋଷ୍ଠୀ ସଂଘର୍ଷ...ପଥର, ବୋତଲ ମାଡ଼ରେ ଏକାଧିକ ଆହତ

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି । More

କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ: ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କେଉଁ ସମୟରେ ଲାଗିବ ଗ୍ରହଣ...

ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ । More

ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି ! More

ଭୟ-ଭକ୍ତି ନା ଆନୁଗତ୍ୟ ? ଟିକଟ କଟିବା ଭୟରେ ପ୍ରଶଂସାରେ ଶତମୁଖ ବିଜେଡି ନେତା...!

ପାଣ୍ଡିଆନ୍‌ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି । More

ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ସମ୍ମାନଜକନ ଶାରଳା ପୁରସ୍କାର

ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି। More

ଜୁଆ ବାଜିରେ ଲାଗୁଛି ଜୀବନ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି । More

ମଜା ଭିତରେ ସଜା ଦେଉଛି DJ, କାନଫଟା ଓ ଛାତି ଥରା ଶବ୍ଦରେ କମ୍ପୁଛି ସର୍ବାଙ୍ଗ

ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ? More