Advertisment

ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ସମ୍ମାନଜକନ ଶାରଳା ପୁରସ୍କାର

ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhima Prusty, Sarala Award

Bhima Prusty, Sarala Award

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇଲେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସ୍ବତନ୍ତ୍ର ସମାରୋହରେ ଆଜି ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ୫ଲକ୍ଷ ଟଙ୍କା, ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି।

Advertisment

ସେହିଭଳି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୩ ମଧ୍ୟ ଆଜି ପ୍ରଦାନ କରାଯାଇଛି। ପଟ୍ଟଚିତ୍ରର ଅଦ୍ବିତୀୟ ଗୁରୁ ବେଣୁଧର ମହାପାତ୍ର, ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଜ୍ଞାନେଶ୍ୱର ମୁଲେ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୪୪ ବର୍ଷ ହେଲା, ସମ୍ମାନଜନକ ଶାରଳାପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Advertisment
Advertisment
Advertisment