/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698406247.jpg)
Block Office
ପିଏମ୍ ଆବାସ ଟଙ୍କା ନମିଳିବାରୁ ହାଇଡ୍ରାମା । ସ୍ତ୍ରୀ, ପିଲାଙ୍କୁ ଧରି ବିଡିଓ ଅଫିସରେ ଆତ୍ମହତ୍ୟା ଉଦ୍ୟମ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି, ବଲାଙ୍ଗିର ପୁଇଁତଳା ବ୍ଳକ କାର୍ଯ୍ୟାଳୟରେ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ କୁଟେନପାଲି ଅଞ୍ଚଳର ସୀତାରାମ ବେହେରା ଅବାସ ଘର ତିଆରି କରିଥିଲେ । ଏନେଇ ପ୍ରଶାସନ ତରଫରୁ ତାଙ୍କୁ ଟଙ୍କା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ଏନେଇ ଅଭିଯୋଗ କରିବା ପରେ ବି କେହି ଶୁଣିନଥିଲେ ।
ଶେଷରେ ପୁଇଁତଲା ବିଡିଓ ଅଫିସ୍ ଭିତରେ ନିଜକୁ ଲକ୍ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା କି, ସ୍ତ୍ରୀ, ପିଲାଙ୍କୁ ଧରି ନିଜେ ସୀତାରାମ ଅଫିସ୍ ଭିତରେ କବାଟ ବନ୍ଦ କରି ବାହାରେ ଥିବା ପୋଲିସକୁ ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ବେଶ୍ କିଛି ସମୟ ବିଡିଓ ଅଫିସରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରାୟ ୩୦ ମିନିଟ୍ ପରେ ବିଷ ବୋତଲ ସହ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏନେଇ ପୁଇଁତଲା ବିଡିଓ କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)