Advertisment

ମଜା ଭିତରେ ସଜା ଦେଉଛି DJ, କାନଫଟା ଓ ଛାତି ଥରା ଶବ୍ଦରେ କମ୍ପୁଛି ସର୍ବାଙ୍ଗ

ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

DJ

ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ବାଲେଶ୍ୱରରେ ତ ଭସାଣୀବେଳେ DJକୁ ନେଇ ପୋଲିସ ଓ ପୂଜା କମିଟି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ପୂର୍ବରୁ ବି ଅନେକ ଘଟଣା ଘଟିଛି। ହେଲେ ନା କଟକଣା ଲାଗୁଛି ନା ଲଗାମ୍ । ଯାହାକୁ ନେଇ ଏବେ ଉଦବେଗ୍ ଦେଖାଦେଇଛି ।

Advertisment

ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ? ଯିଏ ଭୋଗୁଛନ୍ତି, ସିଏ ହିଁ ଜାଣୁଛନ୍ତି ଡିଜେ କେତେ ମାରାତ୍ମକ।

ପୁରୁଣା ଭୁବନେଶ୍ୱରର ୭୧ ବର୍ଷିୟ ବୈକୁଣ୍ଠ ନାଥ ଦାଶ । ଯିଏ ଜଣେ ହୃଦରୋଗୀ। ପୂଜା ପାର୍ବଣ କିମ୍ବା ଯେକୌଣସି ଶୋଭାଯାତ୍ରାବେଳେ ଡିଜେ ନାଁ ଶୁଣି ଛାତିଥରି ଯାଏ ତାଙ୍କର। ହେଲେ କହିବେ କାହାକୁ, ଶୁଣିବ କିଏ ? ସରକାର ବି ଏ ଦିଗରେ ପଦକ୍ଷେପ ନେଉନଥିବାରୁ ଅସହାୟ ବୈକୁଣ୍ଠ। 

Advertisment

କେବଳ ବୈକୁଣ୍ଠ ନୁହଁନ୍ତି । ୮୨ ବର୍ଷିୟ ଗଜେନ୍ଦ୍ର ବଡୁଙ୍କର କଥା ଶୁଣିଲେ ତ ଆଶ୍ଚର୍ଯ୍ୟ ଲାଗିବ ଆପଣଙ୍କୁ। କାରଣ ଡିଜେ ସାଉଣ୍ଡ ପାଇଁ ପୁଅ ବାହାଘରକୁ ବ୍ରାହ୍ମଣ ଯିବାକୁ ମନା କରିଦେଲେ। ଯେଉଁଥିପାଇଁ ତାଙ୍କୁ ଆଉ ଜଣେ ବ୍ରାହ୍ମଣଙ୍କୁ ଯୋଗାଡ଼ କରିବାକୁ ପଡିଲା। ଆଉ ଏଥର ଭସାଣିରେ DJ ଭୟରେ ଘର ଭିତରେ ରହିବାକୁ ପଡ଼ିଲା ତାଙ୍କୁ।

ଗତକାଲି ଭସାଣୀବେଳେ ଏ ହେଉଛି ରାଜଧାନୀର ଚିତ୍ର। ଯୁଆଡ଼େ ଚାହିଁବେ ମାଳ ମାଳ ଡିଜେ, ଶୁଭୁଥିଲା ବିକଟାଳ ଶବ୍ଦ। ଛାତିଥରା କଂପନ ଭିତରେ ପୁରୁଣା ଭୁବନେଶ୍ୱରର ବିଜୟ ରାମ ପଣ୍ଡା ନାମକ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ହୋଇପଡ଼ିଥିଲେ। ଶେଷରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଘଟଣାପଛର କାରଣ ଯାହା ବି ଥାଉ, ରାଜଧାନୀରେ କିନ୍ତୁ DJର ଭୟଙ୍କର ଶବ୍ଦ ମାଡ଼ରେ ନିୟମର ଧଜ୍ଜିଆ ଉଡ଼ିଛି ଗତକାଲି। ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର କହିବା କଥା, ଏଥର ପୋଲିସ କଟକଣା ସତ୍ତ୍ୱେ ବେଆଇନ ଭାବେ ବହୁ ଡିଜେ ସାମିଲ ହୋଇଥିଲେ।

ଏପଟେ ବାଲେଶ୍ୱର ସହରରେ DJକୁ ନେଇ ତୁମୁଳକାଣ୍ଡ। କାରଣ ପ୍ରଶାସନର ତାଗିଦକୁ ବେଖାତିର କରି ବିଳମ୍ବିତ ରାତି ଯାଏଁ DJର ତାଳେ ତାଳେ ଚାଲିଥିଲା ଭସାଣି। ଠିକ୍ ଏହି ସମୟରେ ଚଢ଼ାଉ କରିବା କ୍ଷଣି ପୋଲିସ ଉପରକୁ ହୋଇଥିଲା ଟେକାପଥର ମାଡ଼। ଯେଉଁଥିରେ କିଛି ସାଧାରଣ ଲୋକ ଓ ପୋଲିସ ଆହତ ହୋଇଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଘଟଣାସ୍ଥଳକୁ ଯିବାକୁ ପଡ଼ିଥିଲା। ଏହି ଘଟଣାରେ ପୋଲିସ ୧୨ଟି DJକୁ ଜବତ କରିଛି। 

ତେବେ କେତେ ବିପଦ ଏହି DJ ? କାହିଁକି ହୃଦରୋଗୀଙ୍କ ପାଇଁ DJ ଡେଞ୍ଜର୍ ? DJ ଆଉ କେଉଁ କେଉଁ ସମସ୍ୟା ଆଣିପାରେ ? ପ୍ରାଣଘାତୀ DJଠାରୁ ସମସ୍ତେ ବର୍ତ୍ତିବେ କିପରି ? ଶୁଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ।

Bhubaneswar Odisha Odisha Durga Puja
Advertisment
Advertisment