Advertisment

ଆସନ୍ତା ୩୦ରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Plot Booking To Begin For Cuttack Baliyatra From Oct 30

Plot Booking To Begin For Cuttack Baliyatra From Oct 30

ନଭେମ୍ବର ୨୭ରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ପ୍ରଥମେ ପୃଷ୍ଠପୋଷକ ବା ପ୍ୟାଟ୍ରନ୍‌ମାନଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ ।

Advertisment

ପୃଷ୍ଠପୋଷକମାନଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି ।

ସେହିପରି ସାଧାରଣ ବ୍ୟବସାୟୀଙ୍କ ପଞ୍ଜୀକରଣ ନଭେମ୍ବର ୪ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୧୧ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା । ସାଧାରଣ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ରଖାଯାଇ ଥିବାବେଳେ, ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫ଶହ ଟଙ୍କା ରହିଛି ।

Advertisment

ଉଠା ଦୋକାନୀମାନେ ୧ ହଜାର ଟଙ୍କା ଦେଇ ପଞ୍ଜୀକରଣ ଓ ବ୍ୟବସାୟ କରିପାରିବେ । ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଟକ ବାଲିଯାତ୍ରା ନଭେମ୍ବର ୨୭ରେ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏ ଚାଲିବ ।

Cuttack Baliyatra
Advertisment
Advertisment