Advertisment

ପୁଣି କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ, ଧୂଳିପଦର ପଞ୍ଚାୟତରେ ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟ ଶିବିର

ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି।

author-image
Santosh Kumar Sahoo
Andhra Health Camp In Kotia

Andhra Health Camp In Kotia

ପୁଣି କୋଟିଆରେ ପଶିଲା ଆନ୍ଧ୍ର । ସୀମାବର୍ତ୍ତୀ ଧୂଳିପଦର ପଞ୍ଚାୟତ ଗାଁରେ ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳ ପକ୍ଷରୁ ଏକ ମେଡିକାଲ୍ କ୍ୟାମ୍ପ ଚାଲିଛି । ଏଠାରେ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡିସିନ ଦିଆଯାଉଛି । ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି। ଆଜି କିନ୍ତୁ ଏହି କ୍ୟାମ୍ପରେ ଆନ୍ଧ୍ର ପ୍ରଦେଶର ଏସଟି କମିଶନର ଅଧ୍ୟକ୍ଷ ଡାକ୍ତର ଡି.ଭି ଶଙ୍କର ରାଓ ଯୋଗ ଦେଇଥିଲେ। ତେବେ ଆନ୍ଧ୍ରର ଅନୁପ୍ରବେଶ ନେଇ କିନ୍ତୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଖବର ନାହିଁ।

Advertisment

Odisha Andhra Pradesh Kotia
Advertisment
Advertisment