ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ବେଳେ ବୁଲିଲା ଖଣ୍ଡା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । More

ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ । More

ହଠାତ୍‌ ମୋବାଇଲରେ ବାଜିଲା ସାଇରନ୍; ଏମର୍ଜେନ୍ସି ଆଲର୍ଟ ମେସେଜ୍‌କୁ ନେଇ ହଇଚଇ

ମୋବାଇଲ୍ ଫୋନ୍ ଭାଇବ୍ରେସନ୍ ସାଙ୍ଗକୁ ଆଲର୍ଟ ସାଉଣ୍ଡ.... ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହଠାତ୍ ନିଜ ନିଜ ମୋବାଇଲରେ ଏମିତି ଶବ୍ଦ ଶୁଣିଥିଲେ ଉପଭୋକ୍ତା । ଫୋନ୍ ଦେଖିଲା ବେଳକୁ ସ୍କ୍ରିନରେ ଥିଲା ଏମର୍ଜେନ୍ସି ଆଲର୍ଟ ମେସେଜ୍ । More

ଧରାପୃଷ୍ଠରୁ ବିଦାୟ ନେଲେ ମହିଷାମର୍ଦ୍ଦିନୀ; କଟକ ଓ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ

ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି । More

୨୪ରେ ଗଞ୍ଜାମରୁ ଲଢ଼ିବେ କି ଭି.କେ ପାଣ୍ଡିଆନ ? ଚର୍ଚ୍ଚା ବଢ଼ାଇଲା ଚ୍ୟାଉ ପଟ୍ଟନାୟକଙ୍କ ମନ୍ତବ୍ୟ

ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ । More

'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'.. ଗୀତରେ ନାଚିଲେ ମେୟର

ଦାଣ୍ଡିଆ ନାଇଟରେ 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'..ଗୀତର ତାଳେ ତାଳେ ନାଚିଲେ ଖୋଦ୍ ବ୍ରହ୍ମପୁର ମେୟର More

ଗଂଜାମରୁ ଛିଡ଼ା ହେବେ କି ପାଣ୍ଡିଆନ୍‌ ? ଏଭଳି ସଙ୍କେତ ଦେଲେ ରମେଶ ଚ୍ୟାଉ ପଟ୍ଟନାୟକ

ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି... ଗଂଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ କହିଲେ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକ.. More

ସାବଧାନ୍‌ ! ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, ବାଜୁଛି ଆଲାର୍ମ.. ଜାଣନ୍ତୁ କିଏ ଦେଉଛି ସୂଚନା ?

ଫୋନରେ ବାଜୁଛି ବିପର୍ଯ୍ୟୟ ଆଲାର୍ମ ...ବିପର୍ଯ୍ୟୟ ବେଳେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା ...ସାରାଦେଶରେ ନାଗରିକମାନଙ୍କୁ ସତର୍କ କରାଇବାକୁ ବ୍ୟବସ୍ଥା ... More

ଦଶହରା ଦେଖି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା : ୪ ମୃତ,୩ ଗୁରୁତର

୨ ବାଇକ ମୁହାଁମୁହିଁ ଧକ୍କାରେ ୪ ମୃତ, ୩ ଗୁରୁତର......ବୋଡେନ୍ ଥାନା ରାଜପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା... More

ଚାରିଆଡ଼େ ହାତଗୁଞ୍ଜା କାରବାର, ଟଙ୍କା ନଦେଲେ ସାତ ସପନ ପକ୍କା ଘର

ଗରିବଙ୍କୁ ମିଳୁନି ଆବାସ ଘର, ଟଙ୍କା ଦେଇ ଧନୀ ଲୋକ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଗଫଲାତିର ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତରେ ମିଲିଭଗତରେ ଚାଲିଛି ଆବାସ ଘୋଟାଲା। ଏସିସି ଲିଷ୍ଟରେ ନାଁ ଥିଲେ ବି ସାତ ସପନ ପକ୍କା ଘର। More

ଦୁର୍ବଳ ହେଲା ‘ହାମୁନ୍’, ଅତିକ୍ରମ କଲା ବାଂଲା ଉପକୂଳ

ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। More

Panchang Today 25th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨ More

ରେଳ ଲାଇନ୍ ପାର୍ ବେଳେ ହାତୀକୁ ଧକ୍କା ଦେଲା ଟ୍ରେନ୍‌

ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । More

ଭୁବନ ଲଜ୍ଜା: ପୋଲିସର ଶିଥିଳତା ଉପରେ ଉଠିଲା ପ୍ରଶ୍ନ

ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ପୋଲିସ ଧରି ପଚରାଉଚରା ଜାରି ରଖିଛି । ଆହୁରି 3 ଜଣ ଅଭିଯୁକ୍ତଙ୍କୁ ଏଯାବତ୍ ଧରି ପାରିନାହିଁ ପୋଲିସ । ଏଭଳି ଏକ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଖବର ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ପୋଲିସର ଏପରି ଶିଥିଳତା, ଅନେକ ପ୍ରଶ୍ମ ଉଠାଉଛି । More

ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି...

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି । More

କୁତ୍ସିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ। More

ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ? More

ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା । More

କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ। More

ମଣ୍ତପରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ଵତୀ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମାଆଙ୍କ ବର୍ଣ୍ଣ ନୀଳ ରଙ୍ଗ । More