• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନ ଲଜ୍ଜା, ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦଶହରା ଛୁଟିରେ ପତ୍ନୀଙ୍କୁ ନେଇ ଘରକୁ ଫେରୁଥିଲେ ସ୍ବାମୀ । ଦଶହରାରେ ବୁଲି ଥାଆନ୍ତେ, ମଉଜ କରି ଥାଆନ୍ତେ । କିନ୍ତୁ ସେ କାଳ ରାତ୍ରି ସବୁକିଛି ଛାରଖାର କରିଦେଲା । ଅଧା ରାସ୍ତାରେ ବାଟ ଅଟକାଇଲେ ନର ପିପାସୁ । ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ ଗଣଦୁଷ୍କର୍ମ କଲେ ।

ଢେଙ୍କାନାଳ ଭୁବନରେ ହୋଇଥିବା ଏପରି ଅମାନୁଷିକ ତଥା ବର୍ବର କାଣ୍ତ ପୁରା ରାଜ୍ୟ ପାଇଁ ଲଜ୍ଜ୍ୟାର ବିଷୟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ପୋଲିସ ଧରି ପଚରାଉଚରା ଜାରି ରଖିଛି । ଆହୁରି ୩ ଜଣ ଅଭିଯୁକ୍ତଙ୍କୁ ଏଯାବତ୍ ଧରି ପାରିନାହିଁ ପୋଲିସ । ଏଭଳି ଏକ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଖବର ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ପୋଲିସର ଏପରି ଶିଥିଳତା, ଅନେକ ପ୍ରଶ୍ମ ଉଠାଉଛି ।

ସବୁ ଅଭିଯୁକ୍ତଙ୍କୁ ବାନ୍ଧିବୁ ବୋଲି ଗତକାଲି କହିଥିଲେ ଢେଙ୍କାନାଳ ଏସପି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇ ପାରିନାହିଁ ପୋଲିସ । କେବେ ବନ୍ଧା ହେବେ ଢେଙ୍କାନାଳ ଭୁବନ ଗଣଦୁଷ୍କର୍ମର ଅଭିଯୁକ୍ତ ? ପୋଲିସ ଏଯାଏଁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆହୁରି ୩ ଜଣ ଅଭିଯୁକ୍ତଙ୍କ ପତ୍ତା ମିଳିପାରିନି ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ ଏସପି କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ଖୁବଶୀଘ୍ର ସମସ୍ତେ ବନ୍ଧା ହେବେ । ଗତ ଶନିବାର ଦିନ ଏହି ଅମାନୁଷିକ ଘଟଣା ଘଟିଛି । ପୋଲିସ୍ ସୂଚନା ଅନୁସାରେ- ଭୁବନରେ ଏକ ମେସରେ ରହି ପାଠ ପଢୁଥିଲେ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା ।

ଦଶହରା ଛୁଟି ଥିବାରୁ ସେ ସ୍ବାମୀଙ୍କ ସହ ଭୁବନରୁ ଘରକୁ ବାଇକରେ ଫେରୁଥିଲେ । ଭୁବନ-ସୁକିନ୍ଦା ରାସ୍ତାର ବାରୁଆଁରେ ହଠାତ୍ ସେମାନଙ୍କୁ ଅଟକାଇଥିଲେ ୫ ଦୁର୍ବୁତ୍ତ । ପ୍ରଥମେ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ମାରିଲେ । ପରେ ମହିଳାଙ୍କୁ ପାଖ କାଜୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କଲେ । ରବିବାର ଦିନ ମହିଳା ଜଣକ ଭୁବନ ଥାନାରେ ଏନେଇ ଲିଖିତ ଭାବେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା ।