/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698218372.jpg)
Emergency Alert
ଅଚାନକ ଭାଇବ୍ରେଟ୍ ହେଉଛି କି ଆପଣଙ୍କ ଫୋନ୍ ? ସାଇରନ୍ ଭଳି ଶବ୍ଦ ଶୁଣି ଡରି ଯାଉଛନ୍ତି କି ଆପଣ ? ଫୋନ୍ ଚେକ୍ କଲା ବେଳକୁ ଦେଖୁଛନ୍ତି କି ଆଲର୍ଟ ମେସେଜ୍ ? ମେସେଜ୍ ପଢ଼ି ଲାଗୁଛି କି ଡର ? ଡରିବାର ନାହିଁ, ଆପଣଙ୍କ ଫୋନ୍ ଠିକ୍ ଅଛି ସ୍ୱାଭାବିକ ଭାବେ ମଧ୍ୟ କାମ କରୁଛି । କୌଣସି ପ୍ରକାର ଟେକ୍ନିକାଲ୍ ସମସ୍ୟା ନୁହେଁ ବରଂ ଏହା ଏକ ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ଟେଷ୍ଟିଂ ପ୍ରକ୍ରିୟା ।
ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା । ସାରାଦେଶର ନାଗରିକ ମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଫୋନରେ ବାଜୁଛି ଆଲର୍ମ । ସାରା ଓଡ଼ିଶାରେ ଲୋକଙ୍କ ମୋବାଇଲରେ ଆଲାର୍ମ ବାଜୁଥିବା ସୂଚନା ମିଳିଛି । ହଠାତ୍ କିଁ କିଁ ସାଉଣ୍ଡ୍ କରି ମୋବାଇଲ ବାଜି ଉଠୁଛି । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି।
ଅଲ୍ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ବିପର୍ଯ୍ୟୟ ବେଳେ କିପରି ସଠିକ ସୂଚନା ଦିଆଯାଇ ପାରିବ ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି ।ସୁନାମୀ, ଭୂମିକମ୍ପ, ବଜ୍ରପାତ ସଂପର୍କରେ ଲୋକଙ୍କୁ ଆଲର୍ଟ କରାଯିବ । ଲୋକଙ୍କୁ ଠିକ ଭାବେ ମେସେଜ ପହଞ୍ଚୁଛି କି ନାହିଁ ଟେଷ୍ଟ ହେଉଛି । ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ନମୂନା ପରୀକ୍ଷା ପଠାଯାଉଛି । ...
କୌଣସି ବ୍ୟକ୍ତି ସେହି ଅଂଚଳରେ ରହୁ ନଥିଲେ ମଧ୍ୟ ସେମାନଙ୍କ ପାଖକୁ ମେସେଜ୍ ପହଞ୍ଚିବ। ସମ୍ଭାବ୍ୟ ବିପଦ ପାଇଁ ସତର୍କ ରହିବାକୁ ମେସେଜ୍ ପଠାଯାଇପାରିବ । ନଭେମ୍ବର ପହିଲାରୁ ଆଲର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଆଜି ୧୧ଟା ପରଠାରୁ ଲୋକଙ୍କ ମୋବାଇଲକୁ ଏପରି ଆଲର୍ଆ ଆସୁଛି ।
ଉଭୟ ଇଂରାଜୀ ଓ ଓଡ଼ିଆରେ ଲୋକଙ୍କ ପାଖକୁ ମେସେଜ ପଠାଯାଉଛି । ଏହାସହ ଲୋକ ତୁରନ୍ତ ମେସେଜ ଦେଖିବା ପାଇଁ ଆଲାର୍ମ ସାଉଣ୍ଡ ଦିଆଯାଉଛି । ତେବେ ଏହି ଆଲାର୍ମ ଦେଖି କିଛି ଭୟଭୀତ ହେବାର ନାହିଁ, ଏହା କେବଳ ଟେଷ୍ଟିଂ ଚାଲିଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ସେମାନେ ନିଜ ନିଜ ଉପଭୋକ୍ତାଙ୍କ ମୋବାଇଲ୍ ଫୋନକୁ ଏହି ଆଲର୍ଟ ମେସେଜ୍ ପଠାଇବେ । ଆଉ ଏଥିପାଇଁ ଆପଣଙ୍କ ଫୋନ୍ ଏକରୁ ଅଧିକ ଥର ଆଲର୍ଟ ମେସେଜ୍ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)