• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭସାଣ ସମୟରେ ବୁଲିଲା ଖଣ୍ଡା । ଆକ୍ରମଣରେ ୨ ଜଣ ଆହତ । ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି ଶୋଭାଯାତ୍ରା ସମୟରେ ଏମିତି ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ରାଜଧାନୀ ଭୁବନେଶ୍ୱରରେ ମୋଟ ୧୮୮ଟି ମେଢ଼ ତିନି ଭାଗରେ ବିଭକ୍ତ ହୋଇ ବିସର୍ଜନ କରାଯିବା ନେଇ ଯୋଜନା ହୋଇଥିଲା । ଏଥିପାଇଁ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରେ ଆୟୋଜନ ହୋଇଥିଲା ଭବ୍ୟ ଭସାଣ ଉତ୍ସବ ।

ସହିଦନଗର ପଡ଼ିଆକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ରୂପାଲି ଛକ ଦେଇ ରାଜମହଲ ଯାଏଁ ଯିବାର ବ୍ୟବସ୍ଥା କରାଯାଇଥିଲା । ଭସାଣ ଉତ୍ସବ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଫୋକସ କରିଥିଲା କମିଶନରେଟ୍ ପୋଲିସ ।

  • Reported by:
  • ATULYA BOUT