• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି । ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ପ୍ରଦାନ କରିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଥମୁନି । ଏବେ ଗଂଜାମ ଜିଲ୍ଲାରୁ ଭିକେ ପାଣ୍ଡିଆନ୍‌ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗଂଜାମରୁ ଭିକେ ପାଣ୍ଡିଆନ୍‌ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରାଯିବ ବୋଲି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ।

୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ଗଂଜାମରେ ବହୁ ଉନ୍ନତିମୂଳକ କାମ କରିଛନ୍ତି, ଲୋକ ତାଙ୍କୁ ପସନ୍ଦ କରନ୍ତି । ଗଂଜାମର ୧୩ଟି ଆସନରୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ସେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ରମେଶ ଚ୍ୟାଉପଟ୍ଟନାୟକ । ୧୩ଟି ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରତି ନିଶ୍ଚିତ ଜନସମର୍ଥନ ରହିଛି ।

ଏହାପୂର୍ବରୁ ପାଣ୍ଡିଆନଙ୍କୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବଡ଼ ମନ୍ତବ୍ୟ ଦେଇଥିଲେ । ସେ କହିଛନ୍ତି, ରାଜ୍ୟରେ ଯେଉଁ ରୂପାନ୍ତରୀକରଣ ଚାଲିଛି, ପାଣ୍ଡିଆନ ହିଁ ତାର ମହାନାୟକ । ସେ ବିକାଶ ପୁରୁଷ, ସେ ରାଜନୀତିକୁ ଆସିଲେ ଲୋକ ଗ୍ରହଣ କରିବେ । ଏ ପର୍ଯ୍ୟନ୍ତ ସେ ରାଜନୀତିକୁ ଆସି ନାହାନ୍ତି, ଆସିଲେ ଲୋକ ସ୍ୱାଗତ କରିବେ ।

ଅନ୍ୟପଟେ ପିସିସି ସଭାପତି କହିଛନ୍ତ , ପାଣ୍ଡିଆନଙ୍କୁ ବିଜେଡି ନେତାମାନେ ଗ୍ରହଣ କରି ପାରନ୍ତି କିନ୍ତୁ ଓଡିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ତେଣୁ ଜଣେ ବାହାର ରାଜ୍ୟର ଲୋକକୁ ଓଡିଶା ବାସୀ ଗ୍ରହଣ କରିବେ ନାହିଁ । ...

ସେପଟେ ବିଜେପି କହିଛି ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି । ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ତାଙ୍କୁ ସିଧାସଳଖ ବିଜେଡିରେ ନ ମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି । ଯଦି ରାଜନୀତି କରିବାର କଥା ଥିଲା ସିଧାସଳଖ ତାଙ୍କ ଦଳରେ ପାଣ୍ଡିଆନ ମିଶି ପାରିଥାନ୍ତେ । ତେଣୁ ଏମିତି ଗଳା ବାଟରେ ଜରିଆରେ ରାଜନୀତିକୁ ଆସିବକୁ ଯୋଜନା କରାଯାଉଛି ବୋଲି ବିଜେପି କହିଛି ।