ସଂକ୍ଷେପରେ ଆଜିର ତାଜା ଖବର - Thursday, 05 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ କାହିଁକି ବନ୍ଦ ଛାତ୍ର ସଂସଦ ନିର୍ବାଚନ ? ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ । More

ରାସ୍ତାରେ ଶୁଖୁଥିଲା ବାଣ ! ଚଢ଼ିଗଲା ଡାକ୍ତରଙ୍କ କାର୍, ବିସ୍ଫୋରଣ ପରେ ୧୫ ଫୁଟ ଉଚ୍ଚରୁ ପଡ଼ିଲା

ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ । More

ସୋମାଲିକା ନୁହେଁ, ଅନ୍ୟ ଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି । More

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ, ମହିଳା କାର୍ଡ ପାଇଁ ରେସରେ ଆଗରେ ବି. ରାଧିକା

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ? More

ସଂସାର ଉଜାଡ଼ି ଦେଲା ସିକ୍କିମ୍ ବନ୍ୟା, ବିବାହକୁ ୭ ମାସ ପୂରିନି, ସ୍ତ୍ରୀ ମଥାରୁ ସିନ୍ଦୂର ନେଇଗଲା କ୍ରୁର ନିୟତି

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା More

କଳାହାଣ୍ଡିରୁ ସଂସଦ ଭବନ; ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ପ୍ରଶଂସା ସାଉଣ୍ଟିଲେ ଓଡ଼ିଆ ଝିଅ

କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ସାଉଁଟିଛନ୍ତି ଅନେକ ପ୍ରଶଂସା । More

ଛାତ୍ର ସଂସଦ ଅଫିସରେ ଅଣଛାତ୍ରଙ୍କ ଭଙ୍ଗାରୁଜା

ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକୁ ଭାଙ୍ଗିଦେଲେ ଅଣ ଛାତ୍ର । More

ରାସ୍ତାରେ ଶୁଖୁଥିଲା ବାଣ, କାର୍‌ ଚଢ଼ିଯିବାରୁ ହଠାତ୍ ହେଲା ବିସ୍ଫୋରଣ...

ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍‌ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା। More

ସ୍ୱାମୀ ସାଜିଥିଲେ ତ୍ରିକାଳଦର୍ଶୀ, ସ୍ତ୍ରୀ କରୁଥିଲେ ଝଡାଫୁଙ୍କା: ଶୂନ୍ୟରେ ଭବିଷ୍ୟବାଣୀ କରୁଥିଲେ ଭଣ୍ଡ ବାବା...

ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା। More

ସିକ୍କିମ ପ୍ରଳୟଙ୍କରୀ ବନ୍ୟା: ଓଡ଼ିଆ ଯବାନ ସହିଦ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍‌ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି। More

‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି’

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି।  More

‘ମୋର କଣ କିଛି ଇଜ୍ଜତ ନାହିଁ..ବିଜୟଙ୍କୁ ଛାଡ଼ିବିନି, କଂପ୍ଲେନ୍‌ କରିବି..’

‘ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା । ପଦବୀ, ପାୱାର ପାଇଁ ହିଁ ବିଜୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି’ । More

ପୁଅକୁ ଖୋଜୁଛନ୍ତି ମା’, ବାପା...ସ୍ତ୍ରୀ ପାଟିରୁ କଥା ବାହାରୁନି, ଘରେ ଏବେ କାନ୍ଦ ବୋବାଳି

ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।  More

ଏଥର ଦୁର୍ଗାପୂଜାରେ ରାତି ୧୨ ଯାଏ ଭୁବନେଶ୍ୱରରେ ହେବ ମେଲୋଡି

ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି। More

କ୍ରିକେଟ୍‌ ମହାକୁମ୍ଭ ପୂର୍ବରୁ ବିଜୟଙ୍କ କଳାକୃତି; ଚକ୍‌ଖଡ଼ିରେ ଟ୍ରଫି ସହ ଅଧିନାୟକଙ୍କ ପ୍ରତିକୃତି

World cupରେ ସମସ୍ତ ଦଳଙ୍କୁ ସ୍ୱାଗତ କରିବାକୁ ଏପରି ଏକ ନୂତନ ପ୍ରୟାସ କରିଛନ୍ତି କେ, ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି ପ୍ରୟାସକୁ କ୍ରିକେଟ୍‌ ପ୍ରେମୀମାନେ ଖୁବ୍‌ ପ୍ରଶଂସା କରିଛନ୍ତି । More

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ?

ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା । More

ସୋମାଲିକାଙ୍କ ବଦଳରେ ଆଉ କାହାକୁ ବାହା ହେବେ ବିଜୟ ଶଙ୍କର ?

ସୋମାଲିକାଙ୍କ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । More

ଆରମ୍ଭରୁ ବିଭ୍ରାଟ ! ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍‌ ଆସିଲେନି ପ୍ରଧାନଶିକ୍ଷକ, ପରୀକ୍ଷା ହଲ୍‌ରେ ଛାତ୍ରଛାତ୍ରୀ...

ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍‌ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। More

ମହିଳା ASIଙ୍କୁ ଯୌନ ନିର୍ଯାତନା ! ‘ପ୍ରଥମେ ଶାରିରୀକ ସଂପର୍କ ରଖ, ତା’ପରେ ନିୟମିତ କରାଯିବ ଛୁଟି’

ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ । More

Panchang Today 5th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର । More

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ । More

ସୁସ୍ମିତା-ଅଲିଶାଙ୍କ ମୃତ୍ୟୁ ଘଟଣା; ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁସ୍ମିତା ଓ ଅଲିଶାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଧୀରେ ଧୀରେ ସରଗରମ ହେବାରେ ଲାଗିଲାଣି । ବିରୋଧୀମାନେ ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଶହ ଶହ ଆଦିବାସୀମାନେ ମଧ୍ୟ ପୂର୍ବରୁ ରାଉରକେଲା ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ କରିସାରିଛନ୍ତି । More

ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା ! ତାଲିକାରେ ନାଁ ପିଲାଙ୍କର, ଆକାଉଣ୍ଟ କଲେଜର

୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା । More

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଆହୁରି ତେଜିଲା ଶ୍ରଦ୍ଧା ଝଡ଼ !

ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ । More

ମାଟ୍ରିମୋନି ସାଇଟରୁ ସଂପର୍କ, ପରେ ଯୁବତୀଙ୍କ ଗହଣା ଧରି ଚମ୍ପଟ ମାରିଲେ ଯୁବକ !

ଦେଢ଼ ଲକ୍ଷ ଟଙ୍କାର ଗହଣା ନେଇ ଛୁ ମାରିଲେ ଯୁବକ । ଆପତ୍ତିଜନକ ଭିଡିଓ ମାଗି ବ୍ଲାକମେଲିଂ ଅଭିଯୋଗ । More

ପାର୍ବଣରେ ରଙ୍ଗ ଭରିଲା ସୁନା ଦର, ମାସକରେ ଖସିଲାଣି ୨ ହଜାର ଟଙ୍କା

ଆହୁରି ୩ ହଜାର ଯାଏଁ ଖସିବା ନେଇ ଆକଳନ । ରୁପା କିଲୋପିଛା ଶସ୍ତା ହେଲାଣି ୭ ହଜାର । More

Money Mantra: ରୋଜଗାର ସଞ୍ଚୟ କରିବାର ୫ ସରଳ ଟିପ୍‌ସ

ଅନ୍ୟମାନଙ୍କୁ ଦେଖି ନିଜ ପାଇଁ କିଣାକିଣି କରିବାକୁ ମନ ବଳିଲେ ସେଥିରୁ ନିବୃତ ରୁହନ୍ତୁ ଦେଖିବେ ଆପଣଙ୍କ ଝାଳବୁହା ଧନ ଅଯଥାରେ ଖର୍ଚ୍ଚ ହେବନି। More