Advertisment

ସୋମାଲିକା ନୁହେଁ, ଅନ୍ୟ ଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି ।

author-image
Santosh Kumar Sahoo
undefined

Tirtol MLA

ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ପୂର୍ବତନ ବାନ୍ଧବୀ ସୋମାଲିକା ଦାଶଙ୍କ ସହ ପ୍ରେମ ବିବାଦରୁ ମୁକୁଳି ନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଏନେଇ ସେ ଆବେଦନ କରିଛନ୍ତି । ଆଉ ଖବର ସାମ୍ନାକୁ ଆସିବା ପରେ ପୁଣି ତେଜିଛି ବିବାଦ । ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।

Advertisment

ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି । ଇଏ ହେଉଛି ସେଇ ଆବେଦନ । ତେବେ ଏଥିପାଇଁ ଥିବା ପ୍ରକ୍ରିୟା ଅନୁଯାୟୀ, ଏହି ବିବାହକୁ ନେଇ କାହାର ଆପତ୍ତି ଅଭିଯୋଗ ଥିଲେ ମାସକ ମଧ୍ୟରେ ଅଭିଯୋଗ କରାଯାଇ ପାରିବ । ଯଦି ଆପତ୍ତି ନଆସେ ପରବର୍ତ୍ତୀ ୯୦ ଦିନ ଭିତରେ ୩ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ପଞ୍ଜିକରଣ କାର୍ଯ୍ୟ ସଂପନ୍ନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ବିବାହ ପଞ୍ଜିକରଣ ଅଧିକାରୀ ।

Advertisment

ସୋମାଲିକାଙ୍କ ସହ ଥିବା ସଂପର୍କ ଓ ଏହାକୁ ନେଇ ଥାନା, କୋର୍ଟ ପର୍ଯ୍ୟନ୍ତ ଯାଇଥିବା ମାମଲାକୁ ନେଇ ବେଶ୍ କିଛି ଦିନ ହେ ଚର୍ଚ୍ଚାରେ ଅଛନ୍ତି ବିଜୟ ଶଙ୍କର। ସୋମାଲିକାଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସଂପର୍କରେ ରହିବା, ବିବାହ କରିବାକୁ କଥା ଦେଇ କୋର୍ଟକୁ ନଆସିବାରୁ ବିଜୟ ଶଙ୍କରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା। ଠକେଇ, ପ୍ରତାରଣାଠୁ ନେଇ ବିଜୟ ଶଙ୍କର ସେକ୍ସ ରାକେଟ୍ ଚଳାଉଥିବାର ସାଂଘାତିକ ଅଭିଯୋଗ ବି ଆଣିଥିଲେ ସୋମାଲିକା । ଯାହାକୁ ନେଇ ରାଜନୀତି ବି ତେଜିବା ସହ ବେଶ୍ ଅଡୁଆରେ ପଡ଼ିଥିଲେ ବିଜୟ ଶଙ୍କର। ଏପରିକି ମାମଲା ଏବେ ହାଇକୋର୍ଟର ବିଚାରାଧୀନ ଅଛି ।

ହେଲେ ଏବେ ବି ଏହି ମାମଲା ଫୈସଲା ହୋଇ ନଥିବା ବେଳେ ବିଜୟ ଶଙ୍କର ଆଉ ଜଣଙ୍କୁ ବିବାହ କରୁଥିବା ଜାଣି ବର୍ଷିଛନ୍ତି ସୋମାଲିକା । କହିଛନ୍ତି ଛାଡ଼ିବିନି, ବିବାହ ପଞ୍ଜିକରଣ ଅଧିକାରୀଙ୍କ ଠାରେ ନିଶ୍ଚିତ କଂପ୍ଲେନ୍ କରିବି। ଏଥିସହ ପାର୍ଟି ବିଜୟ ଶଙ୍କରଙ୍କୁ ସୁରକ୍ଷା ଦେଉଛି, ପାର୍ଟି ଓ ପାୱାର ପାଇଁ ସେ ମୋ ଜୀବନକୁ ନଷ୍ଟ କରି ଅନ୍ୟଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ବି ଅଭିଯୋଗ କରିଛନ୍ତି ସୋମାଲିକା। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି । ପୂର୍ବ ଅଭିଯୋଗରୁ ମୁକୁଳି ନଥିବାବେଳେ ଅନ୍ୟଜଣଙ୍କ ସହ ବିବାହ ପାଇଁ ବିଧାୟକ ବିଜୟ ଶଙ୍କରଙ୍କ ଆବେଦନ ଏବଂ ସୋମାଲିକାଙ୍କ ବିରୋଧ, ବିବାଦକୁ ପୁଣି ତେଜେଇଛି। ହେଲେ ଏନେଇ କିନ୍ତୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

Odisha Tirtol MLA Bijay Shankar Das
Advertisment
Advertisment