/odishatv-khabar/media/post_attachments/uploadimage/library/16_9/16_9_0/Somalika_1696492611.jpg)
Somalika
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକାଙ୍କ କଡ଼ା ମନ୍ତବ୍ୟ । ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରିସାରିଛି । ବାରମ୍ବାର ଡାକି ମୋତେ ପଚାରୁଛି, କିନ୍ତୁ ବିଜୟଙ୍କୁ ଥରେ ବି ଡାକିନି ।
ପାର୍ଟି ପାୱାର ଯୋଗୁଁ ବିଜୟଙ୍କୁ ପୋଲିସ ଡାକୁନି କି ପଚାରୁନି । ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପଦବୀ, ପାୱାର ପାଇଁ ହିଁ ବିଜୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି । ତାଙ୍କ ପାର୍ଟି ହିଁ ତାଙ୍କୁ ସେଭ୍ କରୁଛି ବୋଲି କହିଲେ ସୋମାଲିକା ।
ସେ ଆହୁରି କହିଛନ୍ତି ଯେ, ବିଜୟଙ୍କୁ ଛାଡ଼ିବିନି, ଅଭିଯୋଗ କରିବି । କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି । ନିଶ୍ଚିତ କଂପ୍ଲେନ କରିବି, ମୋର କଣ କିଛି ଇଜ୍ଜତ ନାହିଁ । ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ନା କଣ ? ୩୦ ଦିନ ଭିତରେ ନିଶ୍ଚିତ କଂପ୍ଲେନ କରିବି ।
ସେପଟେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ନେଇ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି ।
ହେଲେ ସେହି ଯୁବତୀ ଜଣକ କିଏ ? କାହାକୁ ବାହା ହେବେ ବିଜୟ ଶଙ୍କର? କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର । ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ଏତଲା ବି ଦେଇଥିଲେ ସୋମାଲିକା । ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)