/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696489628.jpg)
Odisha Police DG
କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ? ଓଡ଼ିଶାର ପରବର୍ତ୍ତୀ ପୋଲିସ୍ ଡିଜି ଦାୟିତ୍ୱ କାହାକୁ ମିଳିବ ? କିଏ ସମ୍ଭାଳିବେ ରାଜ୍ୟ ପୋଲିସ୍ ଦାୟିତ୍ୱ ? କାରଣ ଆସନ୍ତା ଡିସେମ୍ବର ୩୧ରେ ପୋଲିସ ଡିଜି ସୁନୀଲ ବଂଶଲ ଅବସର ନେବେ । ତେଣୁ ପରବର୍ତ୍ତୀ ଡିଜିପି କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
Advertisment
ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା । ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ତଥା ଜେଲ୍ ଡିଜି ମନୋଜ ଛାବ୍ରା, ଗୃହ ବିଭାଗ ଓଏସଡି ଅରୁଣ କୁମାର ରାୟ ଓ ବିଏସଏଫ୍-ଇଷ୍ଟର୍ଣ୍ଣ କମାଣ୍ଡ ସ୍ୱତନ୍ତ୍ର ଡିଜି ଵାଇ.ବି.ଖୁରାନିଆଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ତେବେ ମହିଳା ବାଚସ୍ପତି ପରେ ମହିଳା ଅଧିକାରୀଙ୍କୁ ଡିଜିପି ଦାୟିତ୍ୱ ମିଳିପାରେ ବୋଲି କଳ୍ପନାଜଳ୍ପନା ହେଉଛି ।
୨୦୨୪ ନିର୍ବାଚନ ବର୍ଷ ଥିବାରୁ ଆଇନଶୃଙ୍ଖଳା ଓ ନିର୍ବାଚନ ପରିଚାଳନା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ଅଭିଜ୍ଞ ଓ ବରିଷ୍ଠ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ୱ ମିଳିପାରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)