Advertisment

ଆରମ୍ଭରୁ ବିଭ୍ରାଟ ! ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍‌ ଆସିଲେନି ପ୍ରଧାନଶିକ୍ଷକ, ପରୀକ୍ଷା ହଲ୍‌ରେ ଛାତ୍ରଛାତ୍ରୀ...

ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍‌ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
irregularities in 10th half yearly exam

irregularities in 10th half yearly exam

ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍‌ ଆସିଲେନି ପ୍ରଧାନଶିକ୍ଷକ। ଫଳରେ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା। ପ୍ରଧାନଶିକ୍ଷକଙ୍କ ଘରକୁ ସିଆରସିସି ଯାଇ ପ୍ରଶ୍ନପତ୍ର ଆଣିବା ପରେ ଯାଇ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଟକ ଜିଲ୍ଲା ନିଆଳି ବ୍ଳକ୍‌ ଅନ୍ତର୍ଗତ ମହଙ୍ଗାପଡ଼ା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକଙ୍କ ଘରକୁ ସିଆରସିସି ଯାଇ ମାତୃଭାଷା ପ୍ରଶ୍ନପତ୍ର ଆଣିବା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏନେଇ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଅନୁସାରେ, ଗତ ୨ ଦିନ ପୂର୍ବରୁ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ସ୍କୁଲ୍‌ରୁ ସମସ୍ତ ପ୍ରଶ୍ନପତ୍ର ନେଇ ଘରେ ରଖିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ।

ଗତ ମଙ୍ଗଳବାର ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲା l ବୁଧବାର ସକାଳ ୧୦ଟାରେ ପରୀକ୍ଷା ଥିବାରୁ ସାଢ଼େ ୯ଟା ଯାଏ ଛାତ୍ରଛାତ୍ରୀମାନେ ସ୍କୁଲ୍‌ରେ ପହଞ୍ଚିଥିଲେ। ସକାଳ ସାଢ଼େ ୧୦ଟାରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ହଲ୍‌ର ନିଜ ନିଜ ସ୍ଥାନରେ ବସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ।

Advertisment

କିନ୍ତୁ ପ୍ରଧାନଶିକ୍ଷକ ନଆସିବାରୁ ଜଗତସିଂହପୁର ଠାରେ ରହୁଥିବା ଅକ୍ଷୟ କୁମାର ମହାନ୍ତିଙ୍କ ଘରକୁ ଯାଇ ସିଆରସିସି ପହଞ୍ଚି ପ୍ରଶ୍ନପତ୍ର ଆଣିବା ପରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାପରେ ଯାଇ ପ୍ରଧାନଶିକ୍ଷକ ଆସିଥିବା ଅଭିଯୋଗ ହୋଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କ  କୌଣସି ପ୍ରତିକ୍ରିୟା ମିଳିପାରିନି।

Examination
Advertisment
Advertisment