/odishatv-khabar/media/post_attachments/uploadimage/library/16_9/16_9_0/Gold_Rate_1696432048.jpg)
Gold Rate
ପାର୍ବଣରେ ସୁନା ଶସ୍ତା । ମାସକରେ ଦର ଖସିଛି ୨ ହଜାର ଟଙ୍କା । କେବଳ ଚଳିତ ମାସ ପ୍ରଥମ ୫ ଦିନରେ କମିଛି ୧ ହଜାର ୧ଶହ ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୩ ହଜାର ଟଙ୍କାକୁ ଖସି ଆସିଲାଣି । ସେପ୍ଟେମ୍ବର ପହିଲାରେ ସୁନା ଦାମ ଥିଲା ୫୫ ହଜାର ଟଙ୍କା ।
ଖାଲି ସୁନା ନୁହେଁ, ରୁପା ରେଟ୍ ବି ଢେର କମିଛି । ମାସକ ଭିତରେ ରୁପା ଦାମ ୭ ହଜାର ଟଙ୍କା ଶସ୍ତା ହୋଇଛି । ସେପ୍ଟେମ୍ବର ପହିଲାରେ ରୁପା ଦର କିଲୋଗ୍ରାମ ପିଛା ୭୭ ହଜାର ଟଙ୍କା ଥିଲା ବେଳେ ଏବେ ଏହା ୭୦ ହଜାର ଟଙ୍କାକୁ ଖସିଆସିଛି । ଏପଟେ ପାର୍ବଣକୁ ଦୃଷ୍ଟିରେ ରଖି ସୋ ରୁମ୍ ରେ ଭଳିକି ଭଳି ରେଞ୍ଜର ଗହଣା ମହଜୁଦ କଲେଣି ସୁନା ବ୍ୟବସାୟୀ । ଦର କମିଥିବା ବେଳେ ପାର୍ବଣ ଥିବାରୁ ସୁନା ଦୋକାନୀ ଭଲ ବେପାର ଆଶା ରଖିଛନ୍ତି। ଗ୍ରାହକ ବି ବେଶ୍ ଖୁସ୍।
ଏପଟେ ବଜାର ବିଶେଷଜ୍ଞଙ୍କ ମତ, ବିଭିନ୍ନ କାରଣରୁ ଆନ୍ତର୍ଜାତିକ ବଜାରରେ ଡଲାର ମହଙ୍ଗା ହେବାରେ ଲାଗିଛି । ଏଣୁ ନିବେଶକମାନେ ସୁନାରୁ ନିବେଶ କମାଇ ଡଲାର ତଥା ଆମେରିକୀୟ ବଣ୍ଡରେ ଅଧିକ ପୁଞ୍ଜି ଖଟାଉଛନ୍ତି । ତେଣୁ ସୁନା ଦର କମିବାରେ ଲାଗିଛି । ଆଗକୁ ସୁନା ଦର ଆହୁରି ଦୁଇରୁ ତିନି ହଜାର ଟଙ୍କା ଖସିବ ବୋଲି ଆକଳନ କରାଯାଉଛି । ଯେହେତୁ ଦର କମିଛି ସୁନାରେ ନିବେଶ ଲାଗି ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।
ଏବେ ସମସ୍ତଙ୍କ ଅପେକ୍ଷା, ସୁନା ବ୍ୟବସାୟୀଙ୍କ ପାର୍ବଣ ଅଫରକୁ। ଅଫର ଆସିବା ପରେ ହୁଏତ ସୁନା ଦୋକାନରେ ଲାଗିପାରେ ଧନତେରାସ ଭଳି ଭିଡ଼ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)