Advertisment

ପୁଅକୁ ଖୋଜୁଛନ୍ତି ମା’, ବାପା...ସ୍ତ୍ରୀ ପାଟିରୁ କଥା ବାହାରୁନି, ଘରେ ଏବେ କାନ୍ଦ ବୋବାଳି

ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।

author-image
Rajalaxmi Sahoo
Family in deep agony for Odia jawan who goes missing in Sikkim flood

Family in deep agony for Odia jawan who goes missing in Sikkim flood

ମା’ ଆଖିରୁ ଲୁହ ସରୁନି, ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ନିଖୋଜ ଖବର ପହଞ୍ଚିବା ପରେ ଏବେ ଘରେ କାନ୍ଦ ବୋବାଳି।

Advertisment

ମା’, ଭାଇ, ପତ୍ନୀ, ପ୍ରିୟଜନ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତିା ସେ ଫେରି ଆସିବେ, ସୁରକ୍ଷିତ ଥିବେ ବୋଲି ସମସ୍ତଙ୍କ ଆଶାା ତେଣୁ ଏବେ ଗାଁରେ କୀର୍ତ୍ତନ ଚାଲିଛିା ସିକ୍କିମ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ହାବିଲଦାର ସରୋଜ କୁମାର ଦାସ ଅଛନ୍ତି।

ସୂଚନାଥାଉ କି, ମଙ୍ଗଳବାର ରାତି ୧୦ଟାରେ ଭାଇ ମନୋଜଙ୍କ ସହ ଫୋନରେ ସରୋଜ କଥା ହୋଇଥିଲେ। ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ।

Advertisment

ଏହାର ଠିକ୍‌ ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଜଣ ଯବାନ ଭାସି ଯାଇଛନ୍ତି । ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ ଓ ୭ ମାସ ପୂର୍ବେ ବିବାହ କରିଥିଲେ।

Flood
Advertisment
Advertisment