/odishatv-khabar/media/post_attachments/uploadimage/library/16_9/16_9_0/s_1696496259.jpg)
Odia Jawan martyred in Sikkim Flood
ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି। ଏହାସହ ସରୋଜ ସହିଦ ହୋଇ ଯାଇଥିବା ନେଇ ତାଙ୍କ ଭାଇ କାନ୍ଦି କାନ୍ଦି ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସ ନିଖୋଜ ହୋଇଥିବା ନେଇ ପ୍ରଥମେ ଖବର ଆସିଥିଲା। ଏବେ ସେ ସହିଦ ହୋଇଯାଇଥିବା ନେଇ ସୂଚନା ମିଳିଛି। ସେ ଫେରି ଆସିବେ, ସୁରକ୍ଷିତ ଥିବେ ବୋଲି ସମସ୍ତଙ୍କ ଆଶା ଥିଲା। ଏପରିକି ତାଙ୍କର ଆଶୁ ଆରୋଗ୍ୟ କାମନା କରି ଗାଁରେ କୀର୍ତ୍ତନ ମଧ୍ୟ ଚାଲିଥିଲା। ହେଲେ ଏବେ ଏଭଳି ଖବର ଶୁଣିବା ପରେ ଖାଲି ପରିବାର ଲୋକ ନୁହନ୍ତି, ଗାଁ ଲୋକଙ୍କଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସିକ୍କିମ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ହାବିଲଦାର ସରୋଜ କୁମାର ଦାସ ଥିଲେ। ସୂଚନାଥାଉ କି, ମଙ୍ଗଳବାର ରାତି ୧୦ଟାରେ ଭାଇ ମନୋଜଙ୍କ ସହ ଫୋନରେ ସରୋଜ କଥା ହୋଇଥିଲେ। ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ।
ଏହାର ଠିକ୍ ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଜଣ ଯବାନ ଭାସି ଯାଇଛନ୍ତି । ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ ଓ ୭ ମାସ ପୂର୍ବେ ବିବାହ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)