ସଂକ୍ଷେପରେ ଆଜିର ତାଜା ଖବର - Tuesday, 03 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର; ସ୍ୱପ୍ନ ଦେଖାଇ ପିଲାଙ୍କୁ ଠକି ଦେଇଛନ୍ତି ସରକାର

ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର । ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଦେଖାଇ କୋମଳମତି ପିଲାଙ୍କୁ ଠକି ଦେଇଛନ୍ତି ସରକାର । କେଉଁଠି ପିଲାମାନେ ଗଛ ତଳେ ପଢୁଛନ୍ତି, କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ, ତ ଆଉ କେଉଁଠି ଛେଳିମେଣ୍ଢା ଗୁହାଳ ଭଳି ଜାକିଜୁକି ହୋଇ ଗୋଟିଏ ରୁମରେ । ବାଲେଶ୍ୱର ସଦର ବ୍ଲକ୍ ହିଞ୍ଜଳାର ପିଲାମାନଙ୍କ ଦେହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୟୁନିଫର୍ମ, କିନ୍ତୁ ଦରିପାଲରେ ଚାଲିଛି ପାଠପଢ଼ା । More

ବାଙ୍କୀରେ ଟଳିଲା ବଡ଼ ବସ୍ ଟ୍ରାଜେଡି; ଝୁଲି ରହିଲା ଯାତ୍ରୀବାହୀ ବସ୍, ବଞ୍ଚିଗଲେ ୫୦ ଯାତ୍ରୀ

ମା’ ଚର୍ଚ୍ଚିକା ବଞ୍ଚେଇ ଦେଲେ । ନହେଲେ କଣ ଯେ ହେଇଥାନ୍ତା । ପୁଣି ଗୋଟେ ବଡ଼ ବ୍ରିଜ୍ ଟ୍ରାଜେଡି, ଓଡ଼ିଶା ଖାତାରେ ପଡ଼ିଥାନ୍ତା । ତଳେ ଭରାପାଣି ଚାଲୁଛି, ପୋଲରେ ବସ୍ ଲଟକିଛି, ଚକ ଗୋଟେ ଦୋଳି ପରି ଝୁଲୁଛି । More

କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା GI ଟ୍ୟାଗ୍

କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି । More

ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା

ESIC ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା। More

‘ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ, ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ’: ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । More

ବାଙ୍କୀ ବସ୍‌ ଟ୍ରାଜେଡି: ଘଟଣାସ୍ଥଳରେ ଆରମ୍ଭ ହେଲା ତଦନ୍ତ

ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇଥିଲା । ହଠାତ୍ ବସ୍‌ଟି ନଦୀ ଭିତରକୁ ମୋଡ ପରିବର୍ତ୍ତନ କରି ଅଟକି ଯାଇଥିଲା । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିଲା । More

ରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। More

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ପୁଣି ତ୍ରୁଟି ! ସିଲାବସ୍ ବାହାରୁ ଆସିଛି ପ୍ରଶ୍ନ

ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି । More

ରାଜ୍ୟରେ ଅସୁରକ୍ଷିତ ଗଜରାଜ, ୮ ବର୍ଷ ମଧ୍ୟରେ ମରିଛନ୍ତି ୬୯୮ ହାତୀ

ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଆଦି ହାତୀ ଓ ବାଘ ମୃତ୍ୟୁର ପ୍ରମୁଖ କାରଣ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । More

‘ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଦୁର୍ନୀତିର ତଦନ୍ତ ହେବ’: ଅନୁରାଗ ଠାକୁର

ବିରୋଧୀ ବିଜେପି ବିରୋଧରେ ନବୀନଙ୍କ ଜନବିରୋଧୀ ମନ୍ତବ୍ୟ ଉପରେ ଜବାବ ରଖି, ଆମେ କେମିତି ଜନବିରୋଧୀ ହେଲୁ ବୋଲି ବି ପ୍ରଶ୍ନ ପଚାରିଛନ୍ତି ଅନୁରାଗ । More

ITI ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ବାର୍ତ୍ତା; ୩୫ ହଜାର ପାଣି ବୋତଲରେ ହାତୀର ପ୍ରତିକୃତି

"ସ୍ୱଚ୍ଛତା ହିଁ ପ୍ରକୃତ ସେବା"  ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ନୂଆ କରି ଦେଖାଇବାର ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । More

ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍‌

ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣରା ପରେ ବସ୍‌ଟି ବ୍ରିଜ୍‌ରେ ଲଟକି ରହିଛି। ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। More

ଭୁବନେଶ୍ୱର ଲୋକସେବା ଭବନରେ ଲାଗିଛି ନିଆଁ

ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି । More

ଆହୁରି ୨ ଦିନ ବର୍ଷା !! ୬ ଜିଲ୍ଲାରେ ପ୍ରବଳ ବର୍ଷିବ..

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଅତି ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । More

ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଚିକିତ୍ସା ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ?

ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସଂପୃକ୍ତ ମହିଳାଙ୍କ ଅବାଧ ପ୍ରବେଶ କାହିଁକି ? ଗୁପ୍ତ ଚିକିତ୍ସା ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକିତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉଠାଇଲେ ପ୍ରଶ୍ନ.. More

Panchang Today 3rd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । More

ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା; ପାଣି ନପାଇ ଛଟପଟ ରୋଗୀ ଓ ସମ୍ପର୍କୀୟ

SCB ମେଡିକାଲରେ ଅନ୍ତଃହୀନ ଦୁର୍ଦ୍ଦଶା । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । More

ସରଗରମ ହେବ ବିଧାନସଭା; ଉପସ୍ଥାପିତ ହେବ CAG ରିପୋର୍ଟ

ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ । More

ମହିଳା ASIଙ୍କ ମୃତ୍ୟୁପୂର୍ବର ଗଣ୍ଡଗୋଳ ଭିଡିଓ; ସୁସ୍ଥ ଥାଇ ବି କେମିତି ହେଲା ମୃତ୍ୟୁ ?

ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର । More

ଡାକ୍ତରଙ୍କୁ ଚାପ ମୁକ୍ତ କରିବାକୁ ବିଦେଶ ବୁଲାଉଛନ୍ତି ରାଜ୍ୟ ସରକାର !

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି । More

କ’ଣ ଚାଲିଛି ? ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ପରେ ASI ଆଲିଶାଙ୍କ ରହସ୍ୟଜନକ ମୃତ୍ୟୁ !

ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ । More

ଆଗ୍ରେସିଭ୍ ମୁଡରେ ନବୀନ; ବିରୋଧୀଙ୍କୁ ଜନବିରୋଧୀ କହି ପଦଯାତ୍ରାରୁ କଲେ ଟାର୍ଗେଟ୍‌

ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍‌ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । More

SCBରେ ପାଣି ପାଇଁ କଲବଲ ରୋଗୀ; ଟ୍ୟାପ୍ ପାଖରେ ଲାଗୁଛି ସଂପର୍କୀୟଙ୍କ ଲାଇନ୍

ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ । More

ଲଢ଼େଇବେଳେ କାହିଁକି ଅସ୍ତ୍ର ଛାଡ଼ିଲେ ସେନାପତି ? ସମ୍ପାଦକ ପଦକୁ ନେଇ ପୁଣି ପ୍ରଶ୍ନ ଘେରରେ ସୌମ୍ୟ

ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । More