/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696335604.jpg)
Bus Accident
ବାଙ୍କୀ ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏମଭିଆଇର ରୋଡ୍ ସେଫ୍ଟି ଅଫିସର ଏନ୍. ମିଶ୍ର । ପୋଲିସ ଓ ଏମଭିଆଇ ଅଫିସରଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି । ମହାନଦୀ ଉପରେ ଥିବା ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଅତ୍ୟନ୍ତ ବିପଜ୍ଜନକ ଭାବେ ଏକ ବସ୍ ଝୁଲି ରହିଥିଲା ।
Advertisment
ସୂଚନା ଅନୁସାରେ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ ବ୍ରିଜ୍ ଉପରେ ଭାରସାମ୍ୟ ହରାଇଥିଲା । ହଠାତ୍ ବସ୍ଟି ନଦୀ ଭିତରକୁ ମୋଡ ପରିବର୍ତ୍ତନ କରି ଅଟକି ଯାଇଥିଲା । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିଲା । କୌଣସି ମତେ ଜୀବନ ବଞ୍ଚାଇ ସେମାନେ ବସ୍ ଭିତରୁ ବାହାରକୁ ଆସିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେବା ପରେ ବସ୍କୁ ସ୍ଥାନୀୟ ଲୋକ, ଅଗ୍ନିଶମ ଓ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)