• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ହାତୀ ଓ ବାଘଙ୍କ ଅକାରଣରେ ମୃତ୍ୟୁ ନେଇ ବିଧାନସଭାରେ ବିତର୍କ ହୋଇଛି । ବିଧାୟକ ପ୍ରଫୁଲ ସାମଲଙ୍କ ଏକ ପ୍ରଶ୍ନରେ ରାଜ୍ୟରେ ହାତୀ ଓ ବାଘମୃତ୍ୟୁର କାରଣ ଓ ନିରାକରଣର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ୨୦୧୫-୧୬ ଠାରୁ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ୪୮ କଲରପତରିଆ ବାଘ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।

ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଆଦି ହାତୀ ଓ ବାଘ ମୃତ୍ୟୁର ପ୍ରମୁଖ କାରଣ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ହାତୀ ଓ ବାଘ ମୃତ୍ୟୁର ନିରାକରଣ ଉପରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ସେମାନଙ୍କ ବାସ ସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁର ପ୍ରତିରୋଧ, ଶିକାର କମାଇବା ଲାଗି ପଦକ୍ଷେପ ସର୍ବୋପରି ସ୍ପେଶାଲ ସ୍କ୍ୱାର୍ଡ ମୁତୟନ କରାଯିବା ନେଇ ପଦକ୍ଷେପ ନିଆଯିବ ।