/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696316323.jpg)
Anurag Thakur
ଆସନ୍ତା ୨୦୨୪ରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି । ଓଡିଶା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମ୍ରେ ବିଜେପି ଲଢ଼ିବ। ଆଉ ଭଲ ଫଳାଫଳ ବି କରିବ। ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢ଼ିଥିବାବେଳେ ଓଡ଼ିଶାକୁ କେଉଁଠି ବି ଭେଦଭାବ କରିନୁ । ସେହିପରି ରାଜ୍ୟ ଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗରେ କହିଛନ୍ତି, ୟୁପିଏ ତୁଳନାରେ ଏନଡିଏ ସମୟରେ ଓଡିଶାକୁ ଅଧିକ ଅନୁଦାନ ମିଳିଛି। ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଯେଉଁ ଦୁର୍ନୀତି ହୋଇଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଅନୁରାଗ । ଓଡ଼ିଶାକୁ ନୋଟିସ୍ ଦିଆଯାଇଛି । ଉତ୍ତର ନ ମିଳିଲେ ପୁଣି ନୋଟିସ୍ ହେବ।
ସେହିପରି ବିରୋଧୀ ବିଜେପି ବିରୋଧରେ ନବୀନଙ୍କ ଜନବିରୋଧୀ ମନ୍ତବ୍ୟ ଉପରେ ଜବାବ ରଖି, ଆମେ କେମିତି ଜନବିରୋଧୀ ହେଲୁ ବୋଲି ବି ପ୍ରଶ୍ନ ପଚାରିଛନ୍ତି ଅନୁରାଗ । ଏହା ସହ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର। ତେବେ ଅନୁରାଗଙ୍କ ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)