Advertisment

‘ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ, ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ’: ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ ।

author-image
Santosh Kumar Sahoo
Naveen Patnaik

Naveen Patnaik

ନବୀନ କହିଲେ ଶ୍ରଦ୍ଧା କିଏ । ବହୁ ତମ୍ବିତୋଫାନ ପରେ ଶେଷରେ ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ୍‌ ସିଟି ଯାଇଥିବା ରହସ୍ୟମୟୀ ମହିଳାଙ୍କୁ ନେଇ ନବୀନ ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କରିଛନ୍ତି । କହିଛନ୍ତି ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ ।

Advertisment

ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ବିଜେପି ସାଂସଦ ବସନ୍ତ ପଣ୍ଡା, ଶ୍ରଦ୍ଧାଙ୍କ ପରିଚୟ କ’ଣ ଏବଂ ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଥିଲେ । ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ସୋସିଆଲ ମିଡିଆରେ ପଚାରିଥିଲେ । ଯେ କିଏ ସେହି ରହସ୍ୟମୟୀ ମହିଳା।

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି ବୋଲି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ରୋମ୍‌ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି । ଯାହା ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି ଦେଖାଯାଇନାହିଁ ବୋଲି କଟାକ୍ଷ କରିଥିଲେ ।

Advertisment
Odisha CM Naveen Patnaik
Advertisment
Advertisment