• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା। ଓଡ଼ିଶାରେ କେତେ ପଦବୀ ଅଛି ଜାଣିବା ପାଇଁ ପଢନ୍ତୁ।

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ESIC ର ଅଫିସିଆଲ୍ ୱେବସାଇଟ୍ esic.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ESIC Paramedical Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଓଡ଼ିଶା ସମେତ ଅନେକ ରାଜ୍ୟରେ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ଆରମ୍ଭ – ୦୧ ଅକ୍ଟୋବର ୨୦୨୩
  • ଅନଲାଇନ୍ ଆବେଦନ ଶେଷ ତାରିଖ – ୩୦ ଅକ୍ଟୋବର ୨୦୨୩
  • ଆବେଦନ ପ୍ରିଣ୍ଟ କରିବାର ଶେଷ ଦିନ – ୧୪ ନଭେମ୍ବର ୨୦୨୩

ଖାଲି ପଦବୀ:

  • ବିହାର – ୬୪ଟି ପୋଷ୍ଟ୍‌
  • ଚଣ୍ଡିଗଡ଼ ଏବଂ ପଞ୍ଜାବ – ୨୯ଟି ପୋଷ୍ଟ୍‌
  • ଛତିଶଗଡ – ୨୩ଟି ପୋଷ୍ଟ୍‌
  • ଦିଲ୍ଲୀ NCR – ୨୭୫ଟି ପୋଷ୍ଟ୍‌
  • ଗୁଜୁରାଟ – ୭୨ଟି ପୋଷ୍ଟ୍‌
  • ହିମାଚଳ ପ୍ରଦେଶ – ୬ଟି ପୋଷ୍ଟ୍‌
  • ଜାମ୍ମୁ କାଶ୍ମୀର – ୯ଟି ପୋଷ୍ଟ୍‌
  • ଝାଡଖଣ୍ଡ – ୧୭ଟି ପୋଷ୍ଟ୍‌
  • କର୍ଣ୍ଣାଟକ – ୫୭ଟି ପୋଷ୍ଟ୍‌
  • କେରଳ – ୧୨ଟି ପୋଷ୍ଟ୍‌
  • ମଧ୍ୟପ୍ରଦେଶ – ୧୩ଟି ପୋଷ୍ଟ୍‌
  • ମହାରାଷ୍ଟ୍ର – ୭୧ଟି ପୋଷ୍ଟ୍‌
  • ଉତ୍ତର ପୂର୍ବ – ୧୩ଟି ପୋଷ୍ଟ୍‌
  • ଓଡ଼ିଶା – ୨୮ଟି ପୋଷ୍ଟ୍‌
  • ରାଜସ୍ଥାନ – ୧୨୫ଟି ପୋଷ୍ଟ୍‌
  • ତାମିଲନାଡୁ – ୫୬ଟି ପୋଷ୍ଟ୍‌
  • ତେଲେଙ୍ଗାନା – ୭୦ଟି ପୋଷ୍ଟ୍‌
  • ଉତ୍ତରପ୍ରଦେଶ – ୪୪ଟି ପୋଷ୍ଟ୍‌
  • ଉତ୍ତରାଖଣ୍ଡ – ୯ଟି ପୋଷ୍ଟ୍‌
  • ପଶ୍ଚିମବଙ୍ଗ – ୪୨ଟି ପୋଷ୍ଟ୍‌

ଆବେଦନ ଶୁଳ୍କ:

  • ଜେନେରାଲ୍ ଏବଂ ଅଣସଂରକ୍ଷିତ ବର୍ଗ – ୮୫୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ ଏବଂ ମହିଳା ବର୍ଗ – ୨୫୦ ଟଙ୍କା
  • ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ଶୁଳ୍କ ଦେବାକୁ ପଡିବ

ଯୋଗ୍ୟତା:

  • ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ଦ୍ୱାଦଶ / ଡିପ୍ଲୋମା ପାଶ୍‌
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୩୦ ଅକ୍ଟୋବର ୨୦୨୩ ଅନୁସାରେ ହେବ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୯,୨୦୦ ଟଙ୍କା
  • ସର୍ବାଧିକ ଦରମା – ୯୨,୩୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ESICର www.esic.gov.in ୱେବସାଇଟ୍‌କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା Recruitment ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ " Click here to Submit an Online Application for Recruitment to the Paramedical Posts in ESIC" ଲିଙ୍କ୍‌ରେ କ୍ଲିକ୍ କରନ୍ତୁ,
  • ଏହା ପରେ, ଡକ୍ୟୁମେଣ୍ଟଗୁଡିକ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ
  • ଶେଷରେ Submit କରିବା ପୂର୍ବରୁ ଏହାର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ