Advertisment

ଲଢ଼େଇବେଳେ କାହିଁକି ଅସ୍ତ୍ର ଛାଡ଼ିଲେ ସେନାପତି ? ସମ୍ପାଦକ ପଦକୁ ନେଇ ପୁଣି ପ୍ରଶ୍ନ ଘେରରେ ସୌମ୍ୟ

ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Soumya Patnaik

‘ସମ୍ବାଦ’ ସଂପାଦକ ପଦ ଛାଡ଼ିବାକୁ ନେଇ ପୁଣି ଚର୍ଚ୍ଚାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆସନ୍ତାକାଲି ସଂସ୍ଥାର ୪୦ତମ ପ୍ରତିଷ୍ଠା ଦିବସ ଉତ୍ସବ ପୂର୍ବରୁ ଆଜି ହଠାତ୍ ସଂପାଦକ ପଦରୁ ସୌମ୍ୟଙ୍କ ଅବ୍ୟାହତି ସଂପର୍କରେ ତାଙ୍କ ଖବରକାଗଜରେ ସୂଚନା ଦିଆଯାଇଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ସୌମ୍ୟ ଯେଉଁ ଖବରକାଗଜକୁ ସଂପାଦକ ଭାବେ ଦିଶା ଦେଉଥିଲେ, ବ୍ୟବସ୍ଥା ବିରୋଧରେ ଲଢୁଥିଲେ, ଲୋନ୍ ସ୍କାମ୍ ଅଭିଯୋଗ ମାମଲାରେ ଛନ୍ଦି ହେବା ପରେ ହଠାତ୍ ସେହି ଦାୟିତ୍ୱରୁ ଓହରିଯିବାକୁ ନେଇ ନାନା ପ୍ରଶ୍ନବାଚୀ ଠିଆ କରିଛି ।

Advertisment

ଅସ୍ତ୍ର ଛାଡ଼ିଦେଲେ ସେନାପତି ! ସଂକଟ ବେଳେ ନିଜ ସଂପାଦିତ ଖବରକାଗଜର ସଂପାଦକ ପଦ ଛାଡ଼ିଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଇଏ ସେତିକି ବେଳେ ହେଇଛି, ଯେତିକିବେଳେ ଲୋନ୍ ସ୍କାମ୍ ଅଭିଯୋଗ ପାଇଁ ଇଓଡବ୍ଲୁ । ଘେରାବନ୍ଦୀରେ ସୌମ୍ୟଙ୍କ ସଂସ୍ଥା ଅଛି । ଖବରକାଗଜ ଅଫିସରେ ପଶି ଘନଘନ ରେଡ୍, ସିଓଙ୍କଠୁ ନେଇ ଏଚ୍ଆର୍ ମୁଖ୍ୟ, କର୍ମଚାରୀଙ୍କଠୁ ନେଇ ପୂର୍ବତନ କର୍ମଚାରୀଙ୍କ ଯାଏଁ ଜେରା ପର୍ବ ଚାଲିଛି । ଭବିଷ୍ୟତକୁ ନେଇ କର୍ମଚାରୀ ଓ ସଂସ୍ଥା ଶଙ୍କାଗ୍ରସ୍ତ ଅଛି; ସେତିକିବେଳେ ‘ସଂପାଦକ ଅସ୍ତ୍ର’ ଛାଡ଼ିବାର ଘୋଷଣା କରୁଛନ୍ତି ସୌମ୍ୟ । ଇଏ ପୁଣି ସେତିକିବେଳେ ହେଉଛି, ଯେତିକିବେଳେ ନିଜ ହାତଗଢା ସଂସ୍ଥା ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ତାଙ୍କ ନାଁରେ କାର୍ଡ ଛପା ହୋଇ ବଣ୍ଟା ସରିଛି । ପ୍ରତିଷ୍ଠା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ସରିଛି ।

ଆଉ ଉତ୍ସବର ଠିକ୍ ଦିନକ ପୂର୍ବରୁ ସଂପାଦକ ପଦ ଛାଡୁଛନ୍ତି ସୌମ୍ୟ। ତାଙ୍କ ବଦଳରେ ଝିଅ ହେଉଛନ୍ତି ସଂପାଦକ । ହେଲେ ହଠାତ୍ କାହିଁକି ଏତେ ବଡ଼ ପରିବର୍ତ୍ତନ ? କାହିଁକି ସଂପାଦକ ପଦରୁ ଏମିତି ଅବ୍ୟାହତି ନେଲେ ସୌମ୍ୟ ? ୟା ଭିତରେ କିଛି ଆଉ ଗୋଟେ ବଡ଼ କଥା ଘଟିଛି କି ? ନା ଘଟିବାକୁ ଯାଉଛି ? ଏସବୁକୁ ନେଇ ଏବେ ଢେର ଚର୍ଚ୍ଚା । ଆଉ ଏ ଚର୍ଚ୍ଚାକୁ ଆଉ ଟିକେ ମୁକୁଳା କରିଛି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ । ଜୟନାରାୟଣ କହିଛନ୍ତି ସୌମ୍ୟ ଅମିତ ଶାହଙ୍କୁ ଭେଟିଥିବା ମୁଁ ଶୁଣିଛି ।

Advertisment

ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । ସବୁଠୁ ବଡ଼ କଥା ହେଉଛି ସେବେଠୁ ଯେମିତି ଚୁପ୍ ପଡ଼ି ଯାଇଥିଲେ ପୂର୍ବର ମୁଖର ସୌମ୍ୟ । ନା ଆଉ ଖବରକାଗଜରେ ନିଜର ଚର୍ଚ୍ଚିତ ସଂପାଦକୀୟ ଆମ ଘରର ହାଲଚାଲ୍ ବାହାରୁଥିଲା, ନା ପୂର୍ବଭଳି ସରକାରଙ୍କୁ ଅଡୁଆରେ ପକାଇବାକୁ ନିଜେ ବିଧାନସଭାକୁ ଆସୁଥିଲେ ।

ଏତେ ଚୁପ୍ ଯେ, ନିଜ ବହିଷ୍କାରକୁ ନେଇ ହେଉ କିମ୍ବା ତାଙ୍କ ସଂସ୍ଥା ଦେହରେ ଲାଗିଥିବା ଦୁର୍ନୀତି ଦାଗ, କିମ୍ବା ନିଜ ବଦନାମୀକୁ ନେଇ ହେଉଥିବା ଚର୍ଚ୍ଚା, ଏଯାଏଁ ଥରୁଟିଏ ବି ଏସବୁ ସଂପର୍କରେ ମୁହଁ ଖୋଲିନାହାନ୍ତି ସୌମ୍ୟ । ଆଉ ଏଭଳି ଅସମ୍ଭବ ନିରବତାକୁ ନାନା ଚର୍ଚ୍ଚା ଆଲୋଚନା ଚାଲିଥିଲା ବେଳେ ହଠାତ୍ ସଂପାଦକ ପଦରୁ ସୌମ୍ୟଙ୍କ ଅବ୍ୟାହତି ଘୋଷଣା ଆହୁରି ଅନେକ ପ୍ରଶ୍ନକୁ ଠିଆ କରିଛି ।

ପ୍ରଥମେ ଦଳରୁ ବିଦା ଓ ଏବେ ସଂପାଦକ ପଦରୁ ଅବ୍ୟାହତି । ଏହା ପରେ ସୌମ୍ୟ ଏବେ କ’ଣ କରିବେ ? କାଲି ହେବାକୁ ଥିବା ନିଜ ଖବର କାଗଜର ୪୦ତମ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିଙ୍କ ସହ ମଂଚକୁ ଆସୁଛନ୍ତି କି ନା, ତାକୁ ନେଇ ବି ଚର୍ଚ୍ଚା ଜୋର୍ ।

Loan Fraud Soumya Patnaik Sambad
Advertisment
Advertisment