Advertisment

ରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର୍ ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Hit and Run

Hit and Run

ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲେ କାର୍ ମାଲିକ। ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ । ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜମହଲ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା କାର୍। ନିଜେ କାର୍ ମାଲିକ ବିକାଶ ପାଲ୍‌ ହିଁ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି ବିକାଶ୍ ପାଲ୍ ।

Advertisment

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। ଏହି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ କାରକୁ ଧରି କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଅଭିଯୁକ୍ତ ଡ୍ରାଇଭର । ଲିଙ୍ଗିପୁର ବାଙ୍କୁଆଳ ନଦୀବନ୍ଧରେ ଗାଡ଼ି ଛାଡ଼ି ଡ୍ରାଇଭର ଖସିପଳାଇଥିଲା ।

Advertisment
Hit And Run Case Odisha News Bhubaneswar
Advertisment
Advertisment